ପାୱାର ଇଣ୍ଡିଆ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

0
252
ପାୱାର

ରିପୋର୍ଟ : ଗୋପୀନାଥ ଗୌଡ଼
ଭୁବନେଶ୍ୱର, (୨୭/୦୩) : ପାୱାର ଇଣ୍ଡିଆ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କ ସ୍ବାସ୍ଥ୍ୟ ଶିବିର ଆଜି ନୀଳାଦ୍ରି ବିହାର ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ବିଦ୍ୟାଳୟର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି ।

ଏହି ସ୍ବାସ୍ଥ୍ୟ ଶିବିର ପାୱାର ଇଣ୍ଡିଆ ଟ୍ରଷ୍ଟ ର ପ୍ରତିଷ୍ଠାତା ଶ୍ରୀମତୀ ବସନ୍ତ କୁମାରୀ ପଣ୍ଡା ସମ୍ପୂର୍ଣ ଚେଷ୍ଟା ଓ କଠିନ ପରିଶ୍ରମ ଯୋଗୁଁ ସଫଳ ହୋଇ ପାରିଛି । ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ଦୀପାଞ୍ଜଲି ମିଶ୍ର ଶିବିର ପରିଚାଳନା ରେ ସହଯୋଗ କରିଛନ୍ତି । Dr. Swayang Sudha Panda MD ( General Medicine).
DM ( Neurology) NIMHA
NS Associate consultant Neurology, SUM ultimate medicare Bhubaneswar.
Fellowship in Cognitive Neurology (University of Toronto, Canada)
Dr. Rajendra Prasad Satapathy.
MD ( General Medicine)
DM ( Cardiology)
Assistant Professor
Department of Cardiology, SUM Medical College, Bhubaneswar.
Dr satyasmita jena MS (Ayu) prasuti tantra and Stree roga, master diploma in sujok therapy ,worked as associate professor in department of prasuti tantra and Stree roga in vy ds medical College , uttar Pradesh, now working as practitioner in Atreya arogyam kendraunder the Bramhavidya trust.Dr P C Tripathy, Principal SSVM, chief speaker ତତ୍ତ୍ଵାବଧନରେ ସ୍ବାସ୍ଥ୍ୟ ସେବା ଶିବିର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ନୀଳାଦ୍ରି ବିହାର ଅଞ୍ଚଳର ଶତାଧିକ ବୟୋଜ୍ୟେଷ୍ଠ ଜନସାଧାରଣ ଏହି ସ୍ବାସ୍ଥ୍ୟ ସେବା ଶିବିର ଯୋଗ ଦାନ କରି ବିଶେଷଜ୍ଞ ଡାକ୍ତର ମାନଙ୍କ ଠାରୁ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ସେମାନଙ୍କର ମତ ସେମାନଙ୍କ ଅଞ୍ଚଳରେ କିଛି ମାସ ଅନ୍ତରରେ ଏହିଭଳି ମାଗଣା ସ୍ଵାସ୍ଥ୍ୟ ସେବା ଶିବିର ଆୟୋଜନ କଲେ ଆହୁରି ଅଧିକ ଜନସାଧାରଣ ବେଶସ ଉପକାର ପାଇ ପାରିବେ । ତତ୍ ସହିତ ଡାକ୍ତରୀ ଦଳର ଡାକ୍ତର ମାନେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ ଓ ବୃଦ୍ଧା ଅବସ୍ଥାରେ ଯୋଗ ବ୍ୟାୟାମ ର ଉପଯୋଗ ମହତ୍ତ୍ଵ ଉପରେ ବିଶେଷ ଦୃଷ୍ଟି ଆକର୍ଷଣ କରି ନିଜ ନିଜର ମତ ଉପସ୍ଥପନା କରିଥଲେ । ଶ୍ରୀମତୀ ସମାଜସେବୀ ବିନି ପଟ୍ଟନାୟକ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରି ଶୁଭେଚ୍ଛା ଜଣାଇଥିଲେ ।