ବାଇକ୍ ଦୁର୍ଘଟଣା ରେ ମହିଳା ଙ୍କ ଶୋଚନୀୟ ମୃତ୍ୟୁ ଅନ୍ୟ ଜଣେ ଗୁରୁତର

0
123
ବାଇକ୍

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୮/୦୩) : ବାଇକ୍ ଦୁର୍ଘଟଣା ରେ ମହିଳା ଙ୍କ ଶୋଚନୀୟ ମୃତ୍ୟୁ ଅନ୍ୟ ଜଣେ ଗୁରୁତର ।

ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ – କଣ୍ଟାବାଞ୍ଜି ଜାତୀୟ ରାଜପଥ- ଏନ୍ ଏଚ ୫୯ ରେ ଟିଟିଲାଗଡ ରୁ ପାଞ୍ଚ କି,ମି ଦୂର ସିରୁଲ ଗ୍ରାମ ମୁଖ୍ୟ ଛକ ଠାରେ ବାଇକ୍ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାଇକ ଚଳାଉ ଥିବା ବ୍ୟକ୍ତି ଗୁରୁତର ଆହତ ହୋଇ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଥିବା ଜଣା ଯାଇଛି । ପ୍ରକାଶ ଯେ, ଟିଟିଲାଗଡ ନିକଟସ୍ତ ସିରୁଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଖଇରମାଲ ଗ୍ରାମ ର ମନ୍ଦାର ବାଗ (ବ -୫୨) ନାମ୍ନୀ ମହିଳା ଙ୍କୁ ତାଙ୍କ ନିଜ ଜ୍ବାଇଁ ଦୟା ହାତୀ (ବ -୪୦) ଏକ ବାଇକ୍ ଯୋଗେ ତାଙ୍କ ସ୍ବାସ୍ଥ୍ୟ ଖରାପ ଯୋଗୁଁ ଟିଟିଲାଗଡ ସରକାରୀ ଡାକ୍ତରଖାନା କୁ ଆଣି ଡାକ୍ତର ଙ୍କୁ ଦେଖାଇ ,ଉକ୍ତ ଖଇରମାଲ ଗ୍ରାମକୁ ଫେରିବା ସମୟ ରେ ସନ୍ଧ୍ୟା ପ୍ରାୟ ୭ ଟା ୩୦ ମିନିଟ ସମୟରେ ସିରୁଲ୍ ଗ୍ରାମ ମୁଖ୍ୟ ଛକ ନିକଟ ରାସ୍ତା କଡ଼ରେ ଦୁର୍ଘଟଣା ଗ୍ରସ୍ତ ହୋଇ ପଡିଥିବା ସ୍ଥାନୀୟ ଲୋକେ ଦେଖି ଥିଲେ ।

ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଖବର ଦେଇ ଥିବା ବେଳେ ଉଭୟ ଙ୍କୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ସରକାରୀ ଡାକ୍ତରଖାନା ଅଣା ଯାଇଥିଲା । ଡାକ୍ତର ମନ୍ଦାର ଙ୍କୁ ମୃତ୍ୟୁ ଘୋଷଣା କରି ଥିବା ବେଳେ ଗୁରୁତର ଆହତ ହୋଇ ଥିବା ତାଙ୍କ ଜ୍ବାଇଁ ଦୟା ହାତୀଙ୍କୁ ଭର୍ତି କରି ଚିକିତ୍ସାଧୀନ ଅବସ୍ଥାରେ ରଖା ଯାଇଛି । ଏ ନେଇ ଟିଟିଲାଗଡ ପୋଲିସ ଖବର ପାଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ କୌଣସି ଗାଡ଼ି ଧକ୍କା ଦେଇ ଫେରାର ହୋଇ ଯାଇଛି ଅବା ଅନ୍ୟ କୌଣସି କାରଣ ରୁ ଦୁର୍ଘଟଣା ଘଟିଛି ସେ ନେଇ ତଦନ୍ତ ଆରମ୍ଭ କରିଥିବା ପ୍ରକାଶ ପାଇଛି ।