ଶ୍ଵଶୁରକୁ ଛୁରି ଭୁସି ହତ୍ୟା କଲା ଜ୍ୱାଇଁ

0
60
ଶ୍ଵଶୁରକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୨୯/୦୩) : ପାରିବାରିକ କଳହର କରୁଣ ପରିଣତି । ଶ୍ଵଶୁରକୁ ଜଣେ ବ୍ୟକ୍ତି ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ବାସନା ପୁଟ ଗାଁ’ରେ ଏପରି ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ରାମଚନ୍ଦ୍ର ଉଲୁକା । ଅଭିଯୁକ୍ତ ଜ୍ୱାଇଁ ଶାତୁ ପ୍ରାସ୍କାଙ୍କୁ ପୁଲିସ ଗିରଫ କରିଛି । ଶାତୁଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ। ସେ ତାଙ୍କ ବାପଘରେ ଆସି ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ଶାତୁଙ୍କ ସ୍ତ୍ରୀର ପ୍ରସବ ଯନ୍ତ୍ରଣା ହୋଇଥିଲା । ଶାତୁଙ୍କ ଶ୍ଵଶୁର ରାମଚନ୍ଦ୍ର ଝିଅକୁ ମେଡିକାଲରେ ଭର୍ତ୍ତି କରିଥିଲେ । ଶାତୁ ଖବର ପାଇ ମେଡିକାଲରେ ପହଞ୍ଚିଥିଲେ ।

ମୋତେ ନ ପଚାରି କାହିଁକି ମୋ ସ୍ତ୍ରୀକୁ ମେଡିକାଲ ଆଣିଲ ବୋଲି ଶ୍ଵଶୁରଙ୍କୁ ପ୍ରଶ୍ନ କରିଥିଲେ । ଏହି କଥାକୁ ନେଇ ଉଭୟ ଶ୍ଵଶୁର ଓ ଜ୍ୱାଇଁଙ୍କ ମଧ୍ୟରେ ବଚସା ହୋଇଥିଲ । ପରେ ଶାତୁ ଏକ ଛୁରୀ ଆଣି ଶ୍ଵଶୁରଙ୍କୁ ଭୁସି ଦେଇଥିଲେ। ଶ୍ଵଶୁରଙ୍କର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନା ରେ ମୃତ୍ୟୁ ଘଟିଥିଲା । ପୁଲିସ ଘଟଣାର ତଦନ୍ତ କରୁଛି ।