ବିଦ୍ୟୁତ୍‌ ତାର ବିଛାଇ ମାଛ ଧରୁଥିଲେ; ଚାଲିଗଲା ଯୁବକଙ୍କ ଜୀବନ

0
52
ବିଦ୍ୟୁତ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୯/୦୩) : ସାଙ୍ଗମାନଙ୍କ ସହ ମିଶି ପୋଖରୀରେ ବିଦ୍ୟୁତ୍‌ ତାର ବିଛାଇ ମାଛ ଧରୁଥିଲେ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜଣେ ଯୁବକଙ୍କ ଜୀବନ

କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ଚିନ୍ତାଗୁଡ଼ା ଗାଁରେ ଏହି ଅଘଟଣ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ କାମିଆ କେଣ୍ଡୁରୁକା । କାମିଆ ଓ ତାଙ୍କ ସାଙ୍ଗମାନେ ପ୍ରତିଦିନ ବିଦ୍ୟୁତ ତାର ବିଛାଇ ମାଛ ଧରିଥାନ୍ତି । ଗତକାଲି ମଧ୍ୟ ଧରୁଥିଲେ । ଏହି ସମୟରେ କାମିଆ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ ।ସାଙ୍ଗମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କାମିଆଙ୍କୁ ମୃତ ଘୋଷଣା କରିଥିଲେ । କାମିଆଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।