ଟ୍ରକ୍‌କୁ ପଛରୁ ପିଟିଦେଲା ହାଇୱା, ଜଣେ ମୃତ

0
71
ଟ୍ରକ୍‌କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୯/୦୩) : ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି ।

ଟ୍ରକ୍‌କୁ ପଛରୁ ପିଟିଦେଲା ହାଇୱା, ଜଣେ ମୃତ । ଏଥିରେ ଜଣେ ଗାଡ଼ିଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ । ସୂଚନା ଅନୁସାରେ ଦୁଇ ଦିନ ପୂର୍ବରୁ ତାମିଲନାଡୁର ଗୋଟିଏ ୧୪ଚକିଆ ଟ୍ରକ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢି ରହିଥିଲା । ତେବେ ସେହି ଗାଡ଼ିରୁ ଆଜି ସକାଳେ ଶ୍ରମିକ ମାନେ ମାଲ ଅନଲୋଡ଼ କରୁଥିଲେ। ସେଇ ସମୟରେ ଅନ୍ୟ ଏକ ହାଇୱା ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଆସୁଥିଲା । ରାସ୍ତାରେ ଛିଡ଼ା ହୋଇଥିବା ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ହାଇୱା । ଫଳରେ ଧକ୍କା ଦେଇଥିବା ହାଇୱାଟି ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଦୁର୍ଘଟଣାରେ ମାଲ ଅନଲୋଡ଼ କରୁଥିବା ଟ୍ରକ ଡ୍ରାଇଭରର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ତେବେ ହାଇୱେ ପେଟ୍ରୋଲିଙ୍ଗ ପୁଲିସ ସହ ଗ୍ରାମାଞ୍ଚଳ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ସହ ମୃତ ଦେହକୁ ବ୍ୟଵଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଇଛି ।