ଟାଣ ଖରା; ସାଢ଼େ ୧୧ଟା ସୁଦ୍ଧା ୩୬ ଡିଗ୍ରୀ ଟିପିଲା ପାରଦ

0
60
ଟାଣ ଖରା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୯/୦୩) : ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହୋଇଗଲାଣି ଟାଣ ଖରା । ସକାଳ ୧୦ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି ।

ଟାଣ ଖରା; ସାଢ଼େ ୧୧ଟା ସୁଦ୍ଧା ୩୬ ଡିଗ୍ରୀ ଟିପିଲା ପାରଦ । ଆଗକୁ ଆହୁରି ତାପମାତ୍ରା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଆଜି ସକାଳ ସାଢ଼େ ୧୧ଟା ସୁଦ୍ଧା ଚାନ୍ଦବାଲିରେ ତାପମାତ୍ରା ୩୬ ଡିଗ୍ରୀ ପାର କରିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ରର ଟ୍ୱିଟ୍ ଅନୁସାରେ, ଦିନ ସାଢ଼େ ୧୧ଟା ସୁଦ୍ଧା ଚାନ୍ଦବାଲିର ସର୍ବାଧିକ ତାପମାତ୍ରା ୩୬.୨ରେକର୍ଡ କରାଯାଇଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ୩୬ ଡିଗ୍ରୀ ଓ କେନ୍ଦୁଝରରେ ୩୬ ଡିଗ୍ରୀ, ଝାରସୁଗୁଡାରେ ୩୫.୪ ଡିଗ୍ରୀ, ସମ୍ବଲପୁରରେ ୩୫.୨ଡିଗ୍ରୀ, ହୀରାକୁଦରେ ୩୪.୬ ଡିଗ୍ରୀ, ବାଲେଶ୍ୱରରେ ୩୪.୨ ଡିଗ୍ରୀ, ରାଉରକେଲା ୩୩.୪ ଡିଗ୍ରୀ, ପୁରୀରେ ୩୨.୪ ଡିଗ୍ରୀ, ପାରାଦୀପରେ ୩୧.୪ ଡିଗ୍ରୀ ଓ ଗୋପାଳପୁରରେ ୩୦.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସୂଚନାଯୋଗ୍ୟ,ଗତକାଲି ୫ଟି ସହର ତାପମାତ୍ରା ୩୯ ଡ଼ିଗ୍ରୀ ଛୁଇଁଥିଲା । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପାଲଟି ଥିଲା ସବୁଠୁ ଉତ୍ତପ୍ତ ସହର ।