ରାଜଧାନୀରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା

0
67
ରାଜଧାନୀରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ , (୩୦/୦୩) : ଦେଶର ରାଜଧାନୀରେ ଅତ୍ୟନ୍ତ ଲଜ୍ଜା ଓ ଭୟଙ୍କର ଘଟଣା ଘଟିଛି । ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ।

ଦିଲ୍ଲୀର ବାୱାନା ଅଞ୍ଚଳରେ କିଛି ଦିନ ତଳେ ଘଟଣା ଘଟିଥିଲା । ନାବାଳିକାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ ମୃତଦେହକୁ ବାୱାନାରେ ଥିବା ଗୋଟିଏ ଫ୍ୟାକ୍ଟ୍ରୀ ଭିତରେ ଲୁଚାଇ ଦେଇଥିଲା । ପୁଲିସ୍‌ କହିଛି ଯେ ଅଭିଯୁକ୍ତ ଜଣକ ଚକଲେଟ ଦେବା ନାଁରେ ନାବାଳିକାଙ୍କୁ ନିଜ ପାଖକୁ ଆଣିଥିଲା । ଏହାପରେ ତାଙ୍କୁ ଗୋଟିଏ ନିଛାଟିଆ ଅଞ୍ଚଳକୁ ନେଇ ଯାଇଥିଲା । ସେଠାରେ ସେ ପ୍ରଥମେ ତାଙ୍କୁ ଦୁଷ୍କର୍ମ କରିଥିଲା । ଏହାପରେ ତାଙ୍କୁ ତଣ୍ଟି ଚିପି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ହତ୍ୟା ପରେ ସେ ମୃତଦେହକୁ ସ୍ଥାନୀୟ ଅଞ୍ଚଳରେ ଥିବା ଗୋଟିଏ ଫ୍ୟାକ୍ଟ୍ରୀ ଭିତରେ ଲୁଚାଇ ଦେଇ ଫେରାର ହୋଇ ଯାଇଥିଲା ।

କିନ୍ତୁ ଝିଅଟିର ପରିବାର ଲୋକ ଖୋଜା ଖୋଜି କରି ହତାଶ ହେବାରୁ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ଯାଞ୍ଚ କରିବାରୁ ନାବାଳିକାଙ୍କୁ ଅଭିଯୁକ୍ତ ଜଣକ ନିଜ ସହ ନେଇ ଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା । ପୁଲିସ ଏହାକୁ ଆଧାର କରି ପ୍ରଥମେ ଅଭିଯୁକ୍ତ ବ୍ୟକ୍ତି ପାଖରେ ପହଞ୍ଚିଥିଲା । ତାକୁ ଗିରଫ କରିବା ପରେ ଫ୍ୟାକ୍ଟ୍ରୀ ଭିତରୁ ମୃତଦେହକୁ ଉଦ୍ଧାର କରାଯାଇଛି। ପୁଲିସ୍‌ ଏବେ ଘଟଣାର ଅଧିକ ତଦନ୍ତ କରୁଥିବା ବିସ୍ତୃତ ସୂଚନା ମିଳି ପାରି ନାହିଁ ।