ସୁନା ଦର: ଦିନକରେ ବଢ଼ିଲା ୧୩୦୦ ଟଙ୍କା

0
79
ସୁନା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୩୦/୦୩) : ବଢ଼ି ଚାଲିଛି ସୁନା ଦର। ଦିନକରେ ୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମକୁ ୧୩୦୦ ଟଙ୍କା ବୃଦ୍ଧି ପାଇଛି ।

ସେହିପରି ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମକୁ ୧୪୨୦ ଟଙ୍କା ବୃଦ୍ଧି ପାଇଛି । ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୧୦୬୦ ଟଙ୍କା ବଢ଼ିଛି । ଗତକାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୬୧,୭୦୦ ଟଙ୍କା ଥିବା ବେଳେ ଆଜି ଏହା ୬୩,୦୦୦ ଟଙ୍କା ବୃଦ୍ଧି ପାଇଛି । ୨୪ କ୍ୟାରେଟ ସୁନାର ମୂଲ୍ୟ ଗତକାଲି ୧୦ ଗ୍ରାମ ପ୍ରତି ୬୭,୩୧୦ ଟଙ୍କା ଥିଲା । ଆଜି ଏହା ୬୮,୭୩୦ ଟଙ୍କା ରହିଛି । ୧୮ କ୍ୟାରେଟ ସୁନାର ଦର ଗତକାଲି ୧୦ ଗ୍ରାମ ପ୍ରତି ୫୦,୪୮୦ ଟଙ୍କା ଥିବା ବେଳେ ଆଜି ୫୧,୫୪୦ ଟଙ୍କା ହୋଇଛି । ଗୁଡ୍‌ରିଟର୍ଣ୍ଣର ୱେବ୍‌ସାଇଟ୍ ଅନୁଯାୟୀ ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୬୩ ହଜାର ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ ୬୮,୭୦୦ ଓ ୧୮ କ୍ୟାରେଟ୍ ସୁନାର ଦାମ ୫୧,୫୪୦ ଟଙ୍କା ରହିଛି ।

ଚେନ୍ନାଇରେ ଆଜି ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପ୍ରତି ୬୩,୯୦୦ ଟଙ୍କା ରହିଥିବା ବେଳେ ମୁମ୍ବାଇ ରେ ୬୩,୦୦୦, ଦିଲ୍ଲୀରେ ୬୩, ୧୫୦, କୋଲକାତାରେ ୬୩,୦୦୦, ବେଙ୍ଗାଲୁରୁରେ ୬୩,୦୦୦ ଓ ହାଇଦ୍ରାବାଦରେ ୬୩ ୦୦୦ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ଆଜି ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମକୁ ୬୯,୧୭୦ ଟଙ୍କା ଥିବା ବେଳେ ମୁମ୍ବାଇରେ ୬୮,୭୩୦, ଦିଲ୍ଲୀରେ ୬୮,୮୮୦, କୋଲକାତାରେ ୬୮,୭୩୦, ବେଙ୍ଗାଲୁରୁରେ ୬୮,୭୩୦ ଓ ହାଇଦ୍ରାବାଦରେ ୬୮,୭୩୦ ଟଙ୍କା ରହିଛି।