କାଲିଠୁ ପଥର ସନ୍ଧିରେ ଫସିଛନ୍ତି ଶ୍ରମିକ; ଉଦ୍ଧାର କାର୍ଯ୍ୟ ଜାରି

0
74
କାଲିଠୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୩୦/୦୩) : ବୌଦ୍ଧ ମହାନଦୀ ଗର୍ଭରେ ରତ୍ନ ପଥର ପାଇଁ ଖନନ ବେଳେ ଅଘଟଣ ଘଟିଛି । ଗତକାଲିଠାରୁ ପଥର ସନ୍ଧିରେ ଜଣେ ଶ୍ରମିକ ଫସି ରହିଥିବାର ଅଭିଯୋଗ ହୋଇଛି ।

କାଲିଠୁ ପଥର ସନ୍ଧିରେ ଫସିଛନ୍ତି ଶ୍ରମିକ । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି । ସୂଚନା ଅନୁସାରେ, ରତ୍ନ ପଥର କାରବାର କରୁଥିବା ମାଫିଆମାନେ ଗତକାଲି ୧୦-୧୨ ଜଣ ଶ୍ରମିକଙ୍କୁ ନେଇ ମହାନଦୀ ଗର୍ଭରେ ଖନନ କରୁଥିଲେ । ଏହି ସମୟରେ ଏକ ବଡ଼ ପଥର ଗଡ଼ି ଆସି ଜଣେ ଶ୍ରମିକ ଉପରେ ପଡ଼ିଯାଇଥିଲା । ବାକି ଶ୍ରମିକମାନେ ସେଇ ପଥରକୁ ହଟାଇ ଫସିଥିବା ଶ୍ରମିକକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିଫଳ ହୋଇଥିଲେ ।

ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗକୁ ଡକାଯାଇଥିଲା । ହେଲେ ରାତି ହୋଇଯାଇଥିବାରୁ ଉଦ୍ଧାର କାମ ବନ୍ଦ ରଖାଯାଇଥିଲା । ହେଲେ ପାଣି ସ୍ତର ବଢ଼ି ଯାଇଛି। ତେଣୁ ଫସି ରହିଥିବା ଶ୍ରମିକ ଜଣକ ଜୀବିତ ନା ମୃତ ତାକୁ ନେଇ ନେଇ ନାନା ଆଶଙ୍କା ପ୍ରକାଶ ପାଇଛି। ଆଜି ସକାଳେ ପୁଣି ସ୍ଥାନୀୟ ଲୋକଙ୍କ ସହାୟତାରେ ଆରମ୍ଭ ହୋଇଛି ଉଦ୍ଧାର କାମ।