ଡାକ୍ତରଙ୍କ ଅବେହଳାରୁ ରୋଗୀଙ୍କୁ ଦିଆଗଲା ଭୁଲ ଇଞ୍ଜେକ୍ସନ : ହସ୍ପିଟାଲ ପରିସରରେ ଉତ୍ତେଜନା

0
99
ଡାକ୍ତର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୪/୦୪) : ଡାକ୍ତର ଙ୍କ ଚରମ ଅବହେଳାରୁ ରୋଗୀଙ୍କୁ ଭୁଲରେ କୁକୁର ଇଞ୍ଜେକ୍ସନ ଦିଆଯାଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଛି ।

ଡାକ୍ତରଙ୍କ ଅବେହଳାରୁ ରୋଗୀଙ୍କୁ ଦିଆଗଲା ଭୁଲ ଇଞ୍ଜେକ୍ସନ । ହାତ ଗୋଡ ବିନ୍ଧା ଇଞ୍ଜେକସନ ବଦଳରେ ଦେଲେ କୁକୁର କାମୁଡା ଇଞ୍ଜେକସନ। ଏମିତି ଅଭିଯୋଗ ଆସିଛି ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ଦକ୍ଷିଣବାଡ ଗାଁ’ର ୫୬ ବର୍ଷୀୟ ବିଜୟ ବିଶ୍ବାଳ ଙ୍କ ସହ । ବିଜୟଙ୍କୁ ଥଣ୍ଡା ଯୋଗୁଁ ଗୋଡ ଓ ହାତ ବିନ୍ଧା ହେଉଥିଲା। ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତର ଦେଖି ପ୍ରେସକିପସନ ମଧ୍ୟ ଲେଖିଥିଲେ। ସେ ଅନ୍ୟ ଔଷଧ ସହ ଡାଇକ୍ଲୋଫିନାକ ଇଞ୍ଜେକସନ ଲେଖିଥିଲେ। ବିଜୟ ଇଞ୍ଜେକସନ ନେବାପାଇଁ ଲାଇନରେ ଥିଲେ । ସେଠାରେ ଇଞ୍ଜେକସନ ଦାୟିତ୍ୱରେ ଥିବା ନର୍ସ ଡାଇକ୍ଲୋଫିନାକ ଇଞ୍ଜେକସନ ବଦଳରେ ତାଙ୍କୁ କୁକୁର କାମୁଡା ଇଞ୍ଜେକସନ ଦେଇଦେଲେ । ଏହା ଜାଣିବା ପରେ ବିଜୟଙ୍କ ପରିବାର ଲୋକେ ନର୍ସଙ୍କୁ ଏ ସଂକ୍ରାନ୍ତରେ ପଚାରି ଵୁଝିଥିଲେ । ହେଲେ ସମାଧାନ ପରିବର୍ତ୍ତେ ସଂପୃକ୍ତ ନର୍ସ ବିଜୟଙ୍କ ପ୍ରେସକିପସନ ନେଇ ଡାକ୍ତରଖାନାରୁ ଛୁ ମାରିଥିଲେ ।

ବିଜୟଙ୍କୁ ପରିବାର ଲୋକେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ସହ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ସଂପୃକ୍ତ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅନ୍ୟ ପକ୍ଷରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର କମଳାକାନ୍ତ ସ୍ବାଇଁ କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।