ଦେହରେ ଗଞ୍ଜେଇ ବାନ୍ଧି ଚାଲାଣ ବେଳେ ଗିରଫ କଲା ପୁଲିସ

0
28
ଦେହରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୦୬/୦୪) : ଗଞ୍ଜେଇକୁ ଦେହରେ ବାନ୍ଧି ଚାଲାଣ କରୁଥିଲେ ଯୁବକ। ରାସ୍ତାରୁ ଗିରଫ କଲା ପୁଲିସ। ଗିରଫ ଯୁବକଙ୍କ ନାଁ ହେଉଛି ମଣିକାନ୍ତ । ତାଙ୍କ ଘର ଛତିଶଗଡ଼ ଅଞ୍ଚଳର ଡୁରୁୱାପାରା ଗ୍ରାମରେ।

କୋରାପୁଟ ଜିଲ୍ଲାରେ ଜଣେ ଯୁବକ ଦେହରେ ସେଲୋଟେପ୍‌ ଗୁଡ଼ାଇ ଗଞ୍ଜେଇ ଚାଲାଣ କରୁଥିଲା । ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ନେଇ ବାଞ୍ଜଲାପୁଟ ବସଷ୍ଟାଣ୍ଡ ନିକଟରେ ଗାଡ଼ି ମୋଟର ଯାଞ୍ଚ କରୁଥିଲା । ଠିକ୍‌ ସେଇ ସମୟରେ ମଣିକାନ୍ତ ବସ୍‌କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ । ପୁଲିସ ତାଙ୍କୁ ସନ୍ଦେହରେ ଯାଞ୍ଚ କଲାବେଳେ ତାଙ୍କ ଶରୀରରୁ ୭ କେଜି ଗଞ୍ଜେଇ ଓ ବ୍ୟାଗରୁ ୧୫ କେଜିର ଗଞ୍ଜେଇ ବାହାରିଥିଲା । ମୋଟ ୨୨ କେଜ ଗଞ୍ଜେଇ ଜବତ କରିବା ସହିତ ମଣିକାନ୍ତକୁ ପୁଲିସ ଗିରଫ କରିଛି ।