ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା

0
114
ବିଜେଡି

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୦୩) : ସୁବର୍ଣ୍ଣପୁର ଠାରେ ମନ୍ତ୍ରୀ ତଥା ସୋନପୁର ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ର ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ଆଜି ସଂଧ୍ୟାରେ ଜିଲ୍ଲା ବିଜେଡି ଦଳ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l

ଶ୍ରୀ ପୂଜାରୀ ଆଜି ନବୀନ ନିବାସରେ ମୂଖ୍ୟମନ୍ତ୍ରୀ ଙ୍କୁ ଭେଟି କୃତଜ୍ଞତା ଜଣାଇ ନିଜ ନିର୍ବାଚନ ମଣ୍ଡଳୀ କୁ ଫେରିବା ପରେ ମନମୁଣ୍ଡା ତେଲ ନଦୀ ବ୍ରିଜ ଠାରୁ ଦଳ ପକ୍ଷରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରା ରେ ପ୍ରଥମେ ନୂଆଁ ଟାଉନ୍ ହଲ ଓ ନଳିନୀ ଛକ ଦେଇ ସ୍ଥାନୀୟ ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କ ମନ୍ଦିର ଯାଏ ପାଛୋଟି ନିଆ ଯାଇଥିଲା l ଶ୍ରୀ ପୂଜାରୀ ପ୍ରଥମେ ମା ସୁରେଶ୍ଵରୀଙ୍କ ଦର୍ଶନ ଲାଭ କରି ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ଆଗାମୀ ଦିନରେ ସୁବର୍ଣ୍ଣପୁର ଅଞ୍ଚଳ ତଥା ରାଜ୍ୟ ର ସାମୂହିକ ବିକାଶ ଲାଗି ସଂକଳ୍ପ ନେଇଥିଲେ l

ପରେ ପରେ ଉପସ୍ଥିତ ବହୁ ସଂଖ୍ୟକ ଦଳୀୟ ନେତା ଓ କର୍ମୀ ଙ୍କ ସହିତ ଆଲୋଚନା କରି ଆଗାମୀ ନିର୍ବାଚନ ର ରଣନୀତି ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସୁ ଶାସନ ଓ ସଧାରଣ ବର୍ଗର ଲୋକ ଙ୍କ ବିକାଶ ଲାଗି ଲାଗୁ ହୋଇଥିବା ବିଭିନ୍ନ ଯୋଜନା ସବୁ ଉପରେ ପ୍ରଚାର ପ୍ରସାର କରିବlକୁ ଆହ୍ବାନ କରିବା ସହିତ ପରିବାର ସମ୍ପର୍କ ଅଭିଯାନ ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ପହଞ୍ଚାଇବାକୁ ଶ୍ରୀ ପୂଜାରୀ ଆହ୍ବାନ ଦେଇଥିଲେ l

ବିଜେଡି ଜିଲ୍ଲା ସଭାପତି ସରୋଜ କମ୍ପ, ଉପ ସଭାପତି ରମେଶ ପୂଜାରୀ, ସୋନପୁର ବ୍ଲକ୍ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତl ନାୟକ, ଉପାଧ୍ୟକ୍ଷl ମଲ୍ଲିକl ଦାନୀ, ବିଜେଡି କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ କୁଶଳ, ପ୍ରାକ୍ତନ ନଗରପାଳ କଇରୁ ସ୍ବାଇଁ, ପ୍ରକାଶ ସାହୁ, ନଗର ସଭାପତି ଜନ୍ମଞ୍ଜୟ ପାତ୍ର, ବିଜେଡି ନେତା ସୁବାଷ ସେଠି, ତରଭା ଏନ୍ ଏ ସି ଅଧ୍ୟକ୍ଷ ଗଗନ ଅଗ୍ରୱାଲ, ହିମାଂଶୁ ବିଶ୍ଵାଳ, ମାନଭଞ୍ଜନ ବେଦବlକ, ସତ୍ୟ ନାରାୟଣ ତ୍ରିପାଠୀ, ମନୋରଞ୍ଜନ ତ୍ରୀପାଠୀ, ସନ୍ତୋଷ ମିଶ୍ର, ଆନନ୍ଦ ପାତ୍ର, ରାଜ ସୁନା, ଶାଶ୍ୱତ ମିଶ୍ର ପ୍ରମୁଖ ଜିଲ୍ଲା ର ସମସ୍ତ ଅଞ୍ଚଳ ର ନେତା କର୍ମୀ ଏଥିରେ ସାମିଲ ରହି ବିଧାୟକ ପ୍ରାର୍ଥୀ ଶ୍ରୀ ପୂଜାରୀଙ୍କୁ ଶୁଭେଚ୍ଛା ଜଣାଇ ଉତ୍ସାହ ବଢ଼ାଇଥିଲେ l