ପାରଳା ରେ ବିଜେଡ଼ି ର ଶକ୍ତି ପ୍ରଦର୍ଶନ

0
81
ପାରଳା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୯/୪) : ପାରଳା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ତାର ଶକ୍ତି ପ୍ରଦର୍ଶନ ଗତକାଲି କରିଛି ।

ବିଜେଡ଼ି ଦଳ ପାରଳା ପାଇଁ ତାର ପ୍ରାର୍ଥୀ ଘୋଷଣା କରିବା ପରେ ଦଳୀୟ ହାଇକମାଣ୍ଡ ତଥା ସୁପ୍ରିମୋ ଙ୍କ ଆଶୀର୍ବାଦ ନେବା ପାଇଁ ପ୍ରାର୍ଥୀ ତଥା ଯୁବ ଚେହେରା ଶ୍ରୀ ରୁପେଶ ପାଣିଗ୍ରାହୀ ଭୁବନେଶ୍ୱର ଯଇଥିଲେ | ସେଠାରୁ ଫେରି ଗଜପତି ଜିଲ୍ଲା ତଥା ଗୋଶାଣୀ ବ୍ଲକ ର ଲବଣ୍ୟଗଡ଼ ଠାରୁ ହଜାର ହଜାର ଦଳୀୟ କର୍ମୀ ଓ ନେତା ଙ୍କ ଗହନ ରେ ପାରଳା ବିଧାୟକ ପ୍ରାର୍ଥୀ ଶ୍ରୀ ରୁପେଶ ପାଣିଗ୍ରାହୀ ଓ ବ୍ରହ୍ମପୁର ଲୋକସଭା ର ପ୍ରାର୍ଥୀ ଶ୍ରୀ ଭୃଗୁ ବକ୍ସିପାତ୍ର ଏକ ଖୋଲା ଜିପ ରେ ଶହ ଶହ ମୋଟର ସାଇକେଲ ଧରି ଏକ ବିରାଟ ରୋଡ଼ ସୋ କରିଥିଲେ ।

ପାରଳାଖେମୁଣ୍ଡି ପହଁଚିବା ପରେ କଲେଜ ଛକ ଠାରେ ପହଂଚିଥିଲେ । ବିଜୁ ପଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଉପସ୍ଥିତ ଜନତା ଙ୍କୁ ଉଦବୋଧନ ଦେଇଥିଲେ । ଏହି ପଟୁଆରରେ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ତିରୁପତି ରାଓ, ବ୍ଲକ ଅଧ୍ୟଖ୍ୟା ଵାଲା ସାୟମା, ଜୋନ ଏକ ଜିଲ୍ଲାପରିଷଦ ସଭ୍ୟା ରକମ ରାଜାଲକ୍ଷ୍ମୀ, କାଶୀନଗର ଏନ ଏ ସି ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ, ବରିଷ୍ଠ ନେତା କାରିମି ମଧୁ, ରକମ ସତୀଶ ଯୋଗ ଦେଇଥିଲେ ।