ଅଗ୍ନିଶମ ବିଭାଗ ଦ୍ବାରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

0
227

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋରାପୁଟ,(୨୪/୯) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଗ୍ନିଶମ ବିଭାଗ ଦ୍ବାରା ଅଗ୍ନିଶମ ବିଭାଗ କର୍ମଚାରୀ ତଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନଙ୍କୁ ନେଇ ଆଜି ପୂର୍ବାହ୍ନରେ ଏକ ମକ୍ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଡାକ୍ତରଖାନାରେ କୌଣସି ପରିସ୍ଥିତିରେ ନିଆଁ ଲାଗିଲେ,ଯେପରିକି ସର୍ଟ ସର୍କିଟ କିମ୍ବା ଗ୍ୟାସ ସିଲିଣ୍ଡର ଲିକ ଇତ୍ୟାଦି କାରଣରୁ ନିଆଁ ଲାଗିଲେ ତା’କୁ ଆୟତ୍ତ କରିବା ପାଇଁ ତଥା ଯୁଦ୍ଧ କାଳୀନ ଭିତ୍ତିରେ ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟକ୍ରମ ତ୍ବରାନ୍ବିତ କରିବାକୁ ଅଗ୍ନିଶମ ବିଭାଗ ଦ୍ବାରା ଉଭୟ ବିଭାଗ କର୍ମଚାରୀ ମାନେ ମିଳିତ ଅଭ୍ୟାସ(ମକ୍ ଡ୍ରିଲ) କରିଥିଲେ ।

ବୋରିଗୁମ୍ମା ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଦୁରାଧ୍ୟକ୍ଷ ବାଘ,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୂଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ରାଜାରାମ ସ୍ବାଇଁ ,ନାରାୟଣ ସାହୁ, ଦେବାଶିଷ ସ୍ୱାଇଁ, ଆଶିଷ କୁମାର ପ୍ରମୁଖଙ୍କ ସହ ସମସ୍ତ ମେଡିକାଲ ଓ ଅଗ୍ନିଶମ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।