ମା’ ତାରିଣୀଙ୍କ ୮୮ତମ ଚଇତି ପର୍ବ

0
26
ମା'

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୨/୦୪) : କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀଙ୍କ ପୀଠରେ ପାଳିତ ହେଉଛି ୮୮ ତମ ଚଇତି ପର୍ବ

ଏହି ଚଇତି ପର୍ବ ୭ ଦିନ ଧରି ପାଳନ କରାଯାଉଥିବା ବେଳେ ଆଜି ପର୍ବର ତୃତୀୟ ଦିନ । ଆଜି ସକାଳୁ ମା’ ତାରିଣୀଙ୍କୁ ବିଶେଷ ପୂଜା ନୀତି ସହ ମାର୍ଜଣା, ମଙ୍ଗଳ ଆଳତି, ମହାସ୍ନାନ, ବଡ଼ସିଂହାର ବେଶ ସହ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ମା’ ସୁନାବେଶରେ ସୁସଜ୍ଜିତ ହୋଇଥିଲେ । ଚଇତି ପର୍ବ ପାଇଁ ଶଙ୍ଖ, ହୁଳହୁଳି, ଯୋଡ଼ି ନାଗରା ଓ ମହୁରୀ ଶବ୍ଦରେ ଉଛୁଳି ପଡୁଛି ମା’ଙ୍କ ବେଢା । ମନ୍ଦିର ପରିସରରେ ହୋମଯଜ୍ଞ, ଚଣ୍ଡୀପାଠ, ଭାଗବତ ପାଠ ଆଦି ପ୍ରତ୍ୟେହ ଅନୁଷ୍ଠିତ ହେଉଛି । ଚଇତି ପର୍ବ ପାଇଁ ଉତ୍ସବମୁଖର ହୋଇପଡ଼ିଛି ସମଗ୍ର ଘଟଗାଁ ଅଞ୍ଚଳ । କେଉଁ ଆବାହନ କାଳରୁ ମା’ ଶାଳବଣରେ ପୂଜା ପାଇ ଆସୁଥିବ ବେଳେ ୧୯୩୭ ମସିହାରୁ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ପାଳିତ ହେଉଛି ମା’ଙ୍କ ଏହି ଚଇତି ପର୍ବ ।

ଚଇତି ପର୍ବରେ ମା’ ତାରିଣୀ ୭ ଦିନ ଧରି ସୁନାବେଶରେ ଭକ୍ତକୁ ଦର୍ଶନ ଦେଇଥା’ନ୍ତି । ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତମାନଙ୍କ ଭିଡ଼ ମଧ୍ୟ ମା’ଙ୍କ ପୀଠରେ ଲାଗି ରହିଛି । ଏଥିସହ ମା’ ତାରିଣୀଙ୍କ ସାସ୍କୃତିକ ମଣ୍ଡପର ବହୁ ସୁନାମଧନ୍ୟ ନୃତ୍ୟଶିଳ୍ପୀ ଓ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।