ଚିକିତ୍ସାଧୀନ ଅବସ୍ଥାରେ କଣ୍ଟାବାଞ୍ଜି ତହସିଲଦାରଙ୍କ ମୃତ୍ୟୁ

0
26
ଚିକିତ୍ସାଧୀନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୧୨/୦୪) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ତହସିଲଦାର ରତନଲାଲ ମୁଣ୍ଡାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମୃତ୍ୟୁ । ସେ ଦୀର୍ଘ ଦିନ ଧରି କିଡନୀ ଜନିତ ରୋଗରେ ପୀଡିତ ଥିଲେ ।

ମାର୍ଚ୍ଚ ୨୨ ତାରିଖରେ କଣ୍ଟାବାଞ୍ଜି ତହସିଲ୍‌ରେ କାର୍ଯ୍ୟରତ ସମୟରେ ତହସିଲଦାର୍‌ ରତନଲାଲ ମୁଣ୍ଡା ଗୁରୁତର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ କଣ୍ଟାବାଞ୍ଜି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିନଥିଲା । ତେଣୁ ତାଙ୍କ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତରଙ୍କ ଉଦ୍ୟମ ସତ୍ତ୍ୱେ ସ୍ୱାସ୍ଥ୍ୟରେ ବିଶେଷ କିଛି ଉନ୍ନତି ଘଟୁନଥିଲା। ତେଣୁ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଯାଉଥିଲା । ଆଜି ସକାଳ ପ୍ରାୟ ସାଢ଼େ ୯ଟାରେ ତାଙ୍କୁ ମୃତ୍ୟୁ ଘଟିଛି ।ରତନଲାଲ ମୁଣ୍ଡାଙ୍କ ଜନ୍ମ କେନ୍ଦୁଝର ଜିଲ୍ଲାର ସଦର ଜଗନ୍ନାଥପୁର ଗାଁ’ରେ ।

ସେ ତୁରେକେଲା ବ୍ଲକ୍‌ର ବିଡ଼ିଓ ଭାବେ ଚାକିରି ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ କଣ୍ଟାବାଞ୍ଜି ତହସିଲଦାର ହୋଇଥିଲେ । ତାଙ୍କ ମୃତ୍ୟୁରେ କଣ୍ଟାବାଞ୍ଜି ଅଞ୍ଚଳରେ ଶୋକ ଛାୟା ଖେଳି ଯାଇଛି । ରତନଲାଲ ମୁଣ୍ଡା ଜଣେ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟରତ ଥିଲେ ମଧ୍ୟ ଲୋକଙ୍କ ସହିତ ଭଲ ସମ୍ପର୍କ ରଖିଥିଲେ ।