ଅବକାରୀ ବିଭାଗ ତରଫ ରୁ ଦୁଇ ଟି ସ୍ଥାନରେ ପୃଥକ ଚଢ଼ାଉ ସହ ବିଦେଶୀ ମଦ ଓ ଦୁଇ ଅଭିଯୁକ୍ତ ଗିରଫ

0
28
ଅବକାରୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଅବକାରୀ ବିଭାଗ ତରଫରୁ ଦୁଇ ଟି ଜାଗାରେ ଚଢାଉ କରି ବିପୁଳ ଇଂରାଜି ମଦ ଜବତ ସହ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ପ୍ରକାଶ ଯେ, ଟିଟିଲାଗଡ ଅବକାରୀ ବିଭାଗ ତରଫ ଟିଟିଲାଗଡ ନିକଟସ୍ତ ଖୋଲାନ ଗ୍ରାମ ର ବଳରାମ ସ୍ୱାଇଁ ନାମକ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଙ୍କ ଘରେ ଚଢ଼ାଉ କରି ୧୩ ହଜାର ଟଙ୍କା ରୁ ଉର୍ଦ୍ଧ୍ବ ଇରାଜି ମଦ ଜବତ ସହ ଅଭିଯୁକ୍ତ କୁ ଗିରଫ କରାଯାଇଛି । ସେହିପରି ଟିଟିଲାଗଡ ନିକଟସ୍ତ ଭାଟି ପଡ଼ା ଠାରେ ରଘୁ ମନହିରା ନାମକ ଜଣେ ବ୍ୟକ୍ତି ଙ୍କ ଦୋକାନ ରେ ଚଢ଼ାଉ କରି ୨୨ ହଜାର ୩୫୦ ଏମ ଏଲ୍ ବିଅର୍ ଓ ୫୨ ହଜାର ୯୫୦ ଟଙ୍କାର ବିଦେଶୀ ବିଅର ମଦ ଜବତ କରି ଥିବା ପ୍ରକାଶ ପାଇଛି । ଅଭିଯୁକ୍ତ ଦୁଇ ଜଣ ଙ୍କୁ ଟିଟିଲାଗଡ କୋର୍ଟ ଚାଲାଣ କରାଯାଇଛି ।