ଦିନକୁ ପ୍ରାୟ ୫୦ ଲକ୍ଷ ଟଙ୍କାର ବେଆଇନ ବାଲି ଚାଲାଣ

0
21
ଦିନକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୩/୦୪) : ଯାଜପୁର ନିର୍ବାଚନମଣ୍ଡଳୀର କମଳପୁର ଘାଟର । ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ଦିନରେ ନା ବାଲି ଲୋଡିଂ ହେବ ନା ଟ୍ରାନସପୋଟ୍ରିଂ।

ଦିନକୁ ପ୍ରାୟ ୫୦ ଲକ୍ଷ ଟଙ୍କାର ବେଆଇନ ବାଲି ଚାଲାଣ । ହେଲେ ନିୟମକୁ ଫୁ କରି ଚାଲିଛି ବେଆଇନ ବାଲି ଚୋରି । ଗାଁ ଲୋକ ପ୍ରତିବାଦ କଲେ ମିଳୁଛି ଧମକ । ଲୋକଙ୍କ ଧମକ ଏହା ପଛରେ ରହିଛି ସ୍ଥାନୀୟ ବିଧାୟକ ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ । କମଳପୁର ଭଳି ଆଉ ଦୁଇ ଘାଟରୁ ବି ହେଉଛି ବେଆଇନ ବାଲି ଚୋରି । ଶହ ଶହ ଟ୍ରକରେ ହେଉଛି ବାଲି ଚାଲାଣ । ନା କାଗଜପତ୍ର ଅଛି ନା ଅନୁମତି ଅଛି ।

୩ ଘାଟରୁ ପ୍ରତିଦିନ ପ୍ରାୟ ୫୦ ଲକ୍ଷ ଟଙ୍କାର ବେଆଇନ ବାଲି ଚାଲାଣ ହେଉଛି । ହେଲେ ପୋଲିସ ଚୁପ୍, ଖଣି ବିଭାଗ ବି ଚୁପ୍। ଯାଜପୁରର ଏ ବାଲିଘାଟ ଭାତହାଣ୍ଡିରୁ ଗୋଟିଏ। ସାରା ରାଜ୍ୟରେ ଚାଲିଛି ବେଆଇନ ବାଲି ଚାଲାଣ । ଅଭିଯୋଗ ହୋଉଛି ବିଜେଡି ପାଣ୍ଠି ସଂଗ୍ରହର ବଡ଼ ମାଧ୍ୟମ ପାଲଟିଛି ବାଲି ଚୋରି।