ଭଙ୍ଗା ବ୍ରିଜରେ ଦୁର୍ଘଟଣା, ବାଇକ ଆରୋହୀ ମୃତ

0
24
ଭଙ୍ଗା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୩/୦୪) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟ ୧୬ନଂ ଜାତୀୟ ରାଜପଥରେ ଭୁଶୁଡି ପଡିଥିବା ବ୍ରିଜ ଉପରେ ଦୁର୍ଘଟଣା ଘଟି ଜଣେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଛି ।

ମୃତ ଯୁବକ ଜଣକ ହେଲେ କୁଆଖିଆ ଥାନା ନଠୁଆବର ଗ୍ରାମର ବିଶ୍ଵଜିତ ପଣ୍ଡା । ଆଜି ସକାଳୁ ସ୍ଥାନୀୟ ଲୋକେ ଭଙ୍ଗା ବ୍ରିଜରେ ବାଇକ ସହ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ କୁଆଖିଆ ପୋଲିସକୁ ଖବର ଦେଇଥିଲେ । କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିବା ସହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଡାକ୍ତରଖାନାକୁ ପଠାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୮ ମାସ ମାସ ହେବ ଜାତୀୟ ରାଜପଥରେ ଏହି ବ୍ରିଜଟି ପ୍ରାୟ ୧୦ଫୁଟ ତଳକୁ ଭୁଶୁଡି ପଡିଥିଲା । ହେଲେ ଏବେ ଯାଏ ଏହାର ମରାମତି ହୋଇପାରିନାହିଁ ।