ବାଲିଗୁଡା ବିଜେଡି ପ୍ରାଥୀ ଚକ୍ରମଣିଙ୍କୁ ବିଭିନ୍ନ ଅଞ୍ଚଳ ରେ ଭବ୍ୟସମ୍ବର୍ଦ୍ଧନା

0
155
ବାଲିଗୁଡା

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୧୩/୪) : ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସାରଙ୍ଗଡ଼ ଠାରେ ବିଜେଡ଼ି ର ବିଶାଳ ଶୋଭାଯାତ୍ରା l ବାଲିଗୁଡା ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ପାର୍ଥି ଭାବେ ପୁଣି ଥରେ ବିଜେଡ଼ି ର ଚକ୍ରମଣୀ କହଁର ଙ୍କ ନାମ ଘୋଷଣା ପରେ ବିଜେଡ଼ି ମହଲ ରେ ଖୁସି ର ଲହରୀ ଦେଖା ଦେଇଛି l

ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଟୁନା ଦାସ, ପର୍ଯ୍ୟବେକ୍ଷ୍ୟକ ଅଜୟ ମହାରଣା, ତୁମୁଡିବନ୍ଧ ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ ସାହୁ ଙ୍କ ଉପସ୍ଥିତ ରେ ଏକ ବିଶାଳ ଶୋଭାଯାତ୍ରା ସାରଙ୍ଗଡ଼ ରୁ ବାହାରି ବଣ୍ଡଗୁଡା ଠାରେ ପହଂଚିଥିଲା l ବାଲିଗୁଡା ବିଧାୟକ ପାର୍ଥି ଚକ୍ରମଣୀ କହଁର ଙ୍କୁ ବିଜେଡ଼ି କର୍ମୀ ଓ ଶୁବେଛୁ ବିପୁଳ ମାତ୍ରା ରେ ସମ୍ବର୍ଦ୍ଧନା ଜଣେଇଥିଲେ l ଟିକେଟ ପାଇବା ପରେ ବିଜେଡ଼ି କର୍ମୀ ଓ ନିଜ ସମର୍ଥକ ଙ୍କ ସହ ବଣ୍ଡଗୁଡା ଜଳେଶ୍ୱର ମନ୍ଦିର, ମା ମଙ୍ଗଳା ମନ୍ଦିର, ପାଟଖଣ୍ଡା ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚନା କରିଥିଲେ ବିଜେଡ଼ି ବିଧାୟକ ପାର୍ଥି ଚକ୍ରମଣୀ କହଁର l

ପରେ ବାଲିଗୁଡା ମା ପାଟଖଣ୍ଡା ମନ୍ଦିର, ଜଗନ୍ନାଥ ମନ୍ଦିର, ମା ବରାଳଦେବୀ ଓ କାଳୀ ମଦିର ରେ ପୂଜାର୍ଚନା କରିବା ସହ ଆଶିଷ ଲାଭ କରିଥିଲେ ବିଜେଡ଼ି ବିଧାୟକ ପାର୍ଥି ଚକ୍ରମଣୀ କହଁର l ବାଲିଗୁଡା ବିଧାୟକ ପାର୍ଥି ଭାବେ ଟିକେଟ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନବୀନ ଓଡିଶା ଅଧକ୍ଷ ଭିକେ ପାଣ୍ଡିଆନ,କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଙ୍କୁ କୃତଜ୍ଞତା ଜଣେଇଛନ୍ତି ବିଧାୟକ ପାର୍ଥି ଚକ୍ରମଣୀ କହଁର ଓ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଟୁନା ଦାସ l