ସି.ଆର.ପି.ଏଫ ଜବାନ ପ୍ରଦୀପ କୁମାର ମଲିକଙ୍କୁ ନିଜ ଗ୍ରାମରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

0
329

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୫/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧୁଙ୍ଗିଆମୁଣ୍ଡା ଗ୍ରାମର ପ୍ରଦୀପ କୁମାର ମଲିକ ଦୀର୍ଘବର୍ଷ ହେବ ସି.ଆର.ପି.ଏଫ ଜବାନ ଭାବେ କାର୍ଯ୍ୟକରି ତାଙ୍କର ଦାୟିତ୍ୱ ସଠିକ ଭାବେ କାର୍ଯ୍ୟ ତୁଲାଇଛନ୍ତି । ଭାରତମାତା ର ସେବା କରିଛନ୍ତି । ସମସ୍ତେ ଶୋଇଗଲା ପରେ ଦେଶର ସୀମାନ୍ତରେ ବନ୍ଧୁକ ଧରି ଶତୃପକ୍ଷ ଙ୍କୁ ଜଗି ରହୁଥିଲେ ।

ଦୀର୍ଘ ୨୦ ବର୍ଷ ଚାକିରି କାଳ ଭିତରେ ସି.ଆର.ପି.ଏଫ ଜବାନ ପ୍ରଦୀପ କୁମାର ମଲିକ ଅବସର ନେବା ପରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି । ନିଜ ଜନ୍ମ ମାଟିକୁ ବୀର ଜବାନ ଫେରିଥିବାବେଳେ ଗ୍ରାମବାସୀ ଭବ୍ୟ ସ୍ୱାଗତ କରିଛନ୍ତି । ବାଣ ଫୁଟାଇ, ବାଜା ବଜାଇ, ପାଟ ଶୋଭାଯାତ୍ରାରେ ବୀର ସୈନିକ ପ୍ରଦୀପ ମଲିକଙ୍କୁ ନିଜ ଗାଁ କୁ ପାଛୋଟି ନେଇଛନ୍ତି ଗ୍ରାମବାସୀ ।

ଧୁଙ୍ଗିଆମୁଣ୍ଡା ଗ୍ରାମବାସୀ ଙ୍କ ସୈନିକଙ୍କ ପ୍ରତି ଏଭଳି ଭବ୍ୟ ସ୍ୱାଗତ ହିଁ ବୟାନ କରୁଛି କିଭଳି ଭାବେ ଦେଶର ସୁରକ୍ଷା ରେ ନିୟୋଜିତ ରହୁଥିବା ସୈନିକ ମାନଙ୍କ ପ୍ରତି ଥିବା ଭଲପାଇବା ।