ଅଭିନବ ଉପାୟରେ ବୃଦ୍ଧାଙ୍କ ଠାରୁ ଲୁଟ

0
29
ଅଭିନବ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୪/୦୪) : ଅଭିନବ ଉପାୟରେ ବୃଦ୍ଧାଙ୍କ ଠାରୁ ଲୁଟ । ସ୍ପଷ୍ଟ ଦିବାଲୋକରେ ଦିନବେଳା ଆସିଲେ ଦୁଇ ଜଣ ଯୁବକ । ଗେଟ ଖୋଲି ଘରେ ପଶିଲେ ।

ଜଣେ ଘର ବାରଣ୍ଡାରେ ରହିଲେ ଆଉ ଜଣେ ବାହାରେ ରହି ସ୍ଥିତି ପରଖୁଥିଲା । ଘରେ ଥିଲେ କେବଳ ଜଣେ ବୃଦ୍ଧା । ବୃଦ୍ଧା ଜଣଙ୍କୁ କହିଲେ ଆମର ଗମେଣ୍ଟ ତରଫରୁ ଆସିଛୁ, ଜିନିଷ ସଫା କରିବା ପାଉଡର ଆଣିଛୁ, ସମ୍ପୂର୍ଣ୍ଣ ମାଗଣା । ବୃଦ୍ଧା ଜଣଙ୍କ ଠାରୁ ଦସ୍ତଖତ ମଧ୍ୟ ନେଲେ । ପାଉଡର ବ୍ୟବହାର କିଭଳି କରିବେ ଜଣାଇବା ପାଇଁ ବାସନ ମାଗିଲେ । ବୃଦ୍ଧା ଜଣଙ୍କ ଏକ ପିତଳ ବାସନ ଦେଲେ । ତାକୁ ମାଜି ସଫା କଲେ । ତାପରେ ସେ ପିନ୍ଧିଥିବା ମୁଦି ମାଗି ମଧ୍ୟ ସଫା କଲେ । ଆଉ ତାପରେ ହଠାତ ବୃଦ୍ଧା ପିନ୍ଧିଥିବା ଚେନ ଛିଣ୍ଡାଇ ଦେଲେ । ବୃଦ୍ଧା ଜଣଙ୍କ ଚେନ କାହିଁକି ନେଲ କହିବାରୁ ସେମାନେ କ’ଣ ଚୋର କାହିଁକି ବ୍ୟସ୍ତ ହେଉଛନ୍ତି ମାଉସୀ ଏଇ ଦେଖନ୍ତୁ ଚେନ ବି ଏହି ପାଉଡରରେ କେମିତି ସଫା ହେଉଛି ।

କହି ଚେନ ଓ ମୁଦିକୁ ପାଉଡରେ ଗୋଳାଇ ଏକ ଜାଗାରେ ରଖି ଦଶ ମିନିଟ ପରେ ତାକୁ ଖୋଲିବାକୁ କହିଲେ । ଏହି ସମୟରେ ବୃଦ୍ଧାଙ୍କ ଆଗରେ ହିଁ ତାଙ୍କ ୩ଭରି ଚେନ ଓ ସୁନା ମୁଦି ହାତ ସଫେଉ କରି ନେଇ ଚମ୍ପଟ ମାରିଲେ । ଆଉ କିଛି ସମୟ ପରେ ସେ ପାଉଡର ଭିତରୁ ଚେନ ଓ ମୁଦି ବାହାର କରିବାକୁ ଯାଇ ଦେଖିଲା ବେଳକୁ କିଛି ନାହିଁ । ଏଭଳି ଲୁଟର ଶୀକାର ହୋଇଛନ୍ତି କଟକ ଜିଲ୍ଲା ସାଲେପୁର ଥାନା ପାଟପୁର ଗାଁର ବୃଦ୍ଧା କାଞ୍ଚନ ମହାପାତ୍ର । ଲୁଟର ଚିତ୍ର ତାଙ୍କ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।