ଢେଙ୍କାନାଳ ରେ ବିଜେପିର ମେଗା ମିଶ୍ରଣ ପର୍ବ

0
32
ଢେଙ୍କାନାଳ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୪/୦୪) ଢେଙ୍କାନାଳ ରେ ବିଜେପିର ମିଶ୍ରଣ ପର୍ବ । ବିଜେପିରେ ମିଶିଲେ ବିଜେଡିର ପୂର୍ବତନ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ ସିଂଦେଓ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ନେତା ରଣବୀର ସିଂହ, ହିନ୍ଦୋଳ ଏନଏସିର ପୂର୍ବତନ ଅଧ୍ୟକ୍ଷା ରୀନା ବେହେରା, ପାଲଲହଡା ନିର୍ବାଚନ ମଣ୍ଡଳୀର ବୁରୁକୁନାର ସରପଞ୍ଚ ଗୋପବନ୍ଧୁ ବେହେରାଙ୍କ ସମେତ ଅନେକ ସାମାଜିକ ନେତୃତ୍ବ ତଥା ଜନପ୍ରତିନିଧି ପଦ୍ମ ଧରିଛନ୍ତି ।

ମୋଦିଙ୍କୁ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ କରିବା ସହ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବା ଲକ୍ଷ୍ୟରେ ବିଜେପିରେ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବି ଅନୁଷ୍ଠିତ ହୋଇଛି ମିଶ୍ରଣ ପର୍ବ । ବିଜେପିରେ ମିଶିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ । ଆଜି ହିଁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ ।

ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଥିବା ଅଜୟ ଚାନ୍ଦବାଲିର ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁଁ। ବ୍ୟୋମକେଶଙ୍କୁ ପୁଣି ବିଜେଡି ଟିକେଟକୁ ସେ ବିରୋଧ କରୁଥିଲେ । ଗୋଟିଏ ପଟେ ବିଜେଡି ନେତୃତ୍ବଙ୍କ ପ୍ରତି ଦଳୀୟ ନେତାଙ୍କ ଅସନ୍ତୋଷ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇଛି ଶଙ୍ଖ ଛାଡ଼ି ପଦ୍ମ ଧରୁଛନ୍ତି ଶାସକ ଦଳର ବହୁ ନେତା ଓ କର୍ମୀ ।