ଯାଜପୁର ବସ ଟ୍ରାଜେଡି; ଡ୍ରାଇଭରର ଭୁଲ୍ ଯୋଗୁଁ ଦୁର୍ଘଟଣା !

0
22
ଯାଜପୁର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୬/୦୪) : ଯାଜପୁର ଜିଲ୍ଲା ବାରବାଟୀ ନିକଟରେ ବଡ ଦୁର୍ଘଟଣା । ପୁରୀରୁ ପଶ୍ଚିମବଙ୍ଗ ଯାଉଥିବା ଯାତ୍ରୀବାହୀ ବସର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୬ ଜଣ ଆହତ ହୋଇଛନ୍ତି ।

କଟକ ଏସସିବିରେ ୧୪ଜଣଙ୍କ ଚାଲିଛି ଚିକିତ୍ସା । ୨ ଗୁରୁତରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏସସିବିରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ୨୭ ଯାତ୍ରୀ । ଗତକାଲି ଭୁବନେଶ୍ବରରୁ କୋଲକତା ଯାଉଥିବାବେଳେ ବ୍ରିଜ ଉପରୁ ବସ ଖସି ଯାଇଥିଲା ୫ ଜଣଙ୍କ ଜୀବନ । ସେପଟେ ଡ୍ରାଇଭର ଅବହେଳାରୁ ଦୁର୍ଘଟଣା ହୋଇଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ବିଭାଗ ଅତିରିକ୍ତ ସଚିବ ଲାଲମୋହନ ସେଠୀ । ଡ୍ରାଇଭରର ଭୁଲ୍ ଯୋଗୁଁ ଦୁର୍ଘଟଣା ଘଟିଥିବା କହିଛନ୍ତି ଲାଲମୋହନ । ବସ୍‌ର କଣ୍ଡିସନ୍ ଭଲ ଅଛି, ମାର୍ଚ୍ଚରେ ଫିଟନେସ ସାର୍ଟିଫିକେଟ୍ ମିଳିଛି । ଦ୍ରୁତଗତି, ଓଭରଟେକ୍ କିମ୍ବା ଫୋନ୍‌ରେ କଥା ହେବାରୁ ଦୁର୍ଘଟଣା ଘଟିଥିବା ସେ କହିଛନ୍ତି ।

Leave a Reply