ଶୁଣିଲାନି ପ୍ରଶାସନ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

0
220
ଶୁଣିଲାନି

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୬/୦୪) : ଗ୍ରାମ ରେ ସମସ୍ତେ ଚାନ୍ଦା କରି ନାଗାବଳୀ ନଦୀରେ କାଠ ପୋଲ ନିର୍ମାଣ କଲେ । ଶୁଣିଲାନି ପ୍ରଶାସନ ଚାନ୍ଦା ଆଦାୟ କରି ନିର୍ମାଣ କଲେ ନାଗାବଳୀ ନଦୀରେ କାଠ ପୋଲWhatsApp Image 2024 04 15 at 21.08.00 ଶୁଣିଲାନି ପ୍ରଶାସନ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିଙ୍ଗାରି ପଞ୍ଚାୟତର କାଙ୍ଗସିରି ଗ୍ରାମରେ । କାଙ୍ଗସିରି ଗ୍ରାମରେ ପ୍ରାୟ ୩୫ଘର ରହିଛନ୍ତି। ଶିଙ୍ଗାରି ପଞ୍ଚାୟତ ଓ କାଙ୍ଗସିରି ମଝିରେ ନାଗାବଳୀ ନଦୀ ବହିଯାଉଛି । ଉକ୍ତ ନଦୀ ଦେଇ ଗ୍ରାମର ମହିଳା ଓ ପୁରୁଷ ମାନେ ପ୍ରତ୍ୟେକ ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଣିବା ସହିତ ପଞ୍ଚାୟତକୁ ବିଧବା ଭତ୍ତା, ବିକଳାଙ୍ଗ ଓ ବାର୍ଦ୍ଧକ୍ୟ ଭତ୍ତା , ଅଙ୍ଗନବାଡି କେନ୍ଦ୍ରଠାରୁ ଛତୁଆ, ଅଣ୍ଡା, ଛୋଟ ଛୋଟ ଶିଶୁଙ୍କୁ ନେଇ ଓଜନ କରାଇବା ସହିତ ଏହି ଗ୍ରାମର ପିଲାମାନେ ବିଦ୍ୟାଳୟକୁ ଯାଇଥାନ୍ତି । ଅନ୍ୟ ୠତୁରେ ନଦୀରେ ପଶି ଯାତାୟତ କରିଥାନ୍ତି । ବର୍ଷା ଋତୁ ଆସିଲେ କିମ୍ବା ଅଦିନିଆ ବର୍ଷା ହେଲେ ଭରା ନଦୀରେ ଯାତାୟତ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନାଗାବଳୀ ନଦୀରେ ଏକ ପୋଲ ନିର୍ମାଣ କରିବା ପାଇଁ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ଓ ପ୍ରତି ନିର୍ବାଚନରେ ଆସୁଥିବା ନେତା ମନ୍ତ୍ରୀ ଙ୍କୁ ବାରମ୍ବାର ଗୁହାରି କରୁଥିଲେ ସୁଦ୍ଧା ପ୍ରତିଶ୍ରୁତି ଦେଇ ନିର୍ବାଚନ ପରେ ସବୁ ଭୁଲି ଯାଇଛନ୍ତି ।WhatsApp Image 2024 04 15 at 21.08.01 ଶୁଣିଲାନି ପ୍ରଶାସନ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

ଗ୍ରାମର ସମସ୍ତ ପରିବାର ଏକତ୍ରିତ ହୋଇ ଜଙ୍ଗଲରୁ କାଠ ସଂଗ୍ରହ କରି । ଗ୍ରାମର ସମସ୍ତ ମହିଳା ପୁରୁଷ ମାନେ କାଠ ସଜାଇବା ପରେ ବଡ଼ ବଡ଼ କାଠକୁ ପକାଇ ତା ଉପରେ ଛୋଟ ଛୋଟ ସାଇଜ କାଠ କାଟି କଣ୍ଟା ମାରି ଦୁଇ ଚକିଆ ଯାନ ଯିବା ପରି ପୋଲ ନିର୍ମାଣ କରିଛନ୍ତି । ବର୍ତ୍ତମାନ ଲୋକସଭା ଓ ବିଧାନସଭାର ନିର୍ବାଚନ ହେବ, ଏଥିପାଇଁ ପ୍ରଚାର ନିମନ୍ତେ ଯେଉଁ ଦଳ ଗୁଡିକ ଆସିବ ସେମାନଙ୍କୁ ଗ୍ରାମରେ ପୁରାଇଦେବୁ ନାହିଁ, ବ୍ରିଜ ନାହିଁତ ଭୋଟ ନାହିଁ, କହି ଘଉଡ଼ାଇ ଦେବୁ ବୋଲି କହିଛନ୍ତି ।

Leave a Reply