ଜନସେବା କେନ୍ଦ୍ରରେ ବିକୁଥିଲେ ଧଳା ଜହର; ଗ୍ରାହକ ସାଜି ଧରିଲା ଅବକାରୀ ବିଭାଗ

0
23
ଜନସେବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ, (୧୬/୦୪) : ଜନସେବା କେନ୍ଦ୍ରରେ ବିକୁଥିଲେ ଧଳା ଜହର। ଗ୍ରାହକ ସାଜି ବ୍ରାଉନ ସୁଗାର ବେପାରୀକୁ ଧରିଲା ଅବକାରୀ ବିଭାଗ ।

ନୟାଗଡ଼ ଜିଲ୍ଲାରେ ଏପରି ଘଟଣା ଘଟିଛି । ଅବକାରୀ ବିଭାଗ ୩୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଜ୍ଞାନରଞ୍ଜନ ମହାନ୍ତି । ଖଣ୍ଡପଡ଼ା ଥାନା ଢୋଲମରା ଛକରେ ଜ୍ଞାନରଞ୍ଜନ ଜନସେବା କେନ୍ଦ୍ର ରହିଛି। ଦୀର୍ଘଦିନ ଜ୍ଞାନରଞ୍ଜନ ଜନସେବା କେନ୍ଦ୍ର କରିବା ସହ ବ୍ରାଉନ ସୁଗାର ବେପାର କରୁଥିବା ଅବକାରୀ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା । ଗତକାଲି ନୟାଗଡ ଅବକାରୀ ବିଭାଗ ସୁପରଟେଣ୍ଡେଣ୍ଟ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶରେ ଖଣ୍ଡପଡା ଓ ନୟାଗଡ ଅବକାରୀ ବିଭାଗ ଗ୍ରାହକ ସାଜି ଜନସେବା କେନ୍ଦ୍ରକୁ ଯାଇଥିଲେ।ଜ୍ଞାନରଞ୍ଜନକୁ ଧରିବାରେ ସଫଳ ହୋଇଥିଲେ। ଆଜି ଜ୍ଞାନରଞ୍ଜନକୁ କୋର୍ଟ ଚାଲାଣ କରାଯିବା ନେଇ ଅବକାରୀ ବିଭାଗ ସୁପରଟେଣ୍ଡେଣ୍ଟ କରୁଣା ଶଙ୍କର ତିୱାରୀ ସୂଚନା ଦେଇଛନ୍ତି l

Leave a Reply