ଡାହାଣୀ ସନ୍ଦେହରେ କରିଥିଲେ ହତ୍ୟା, ମିଳିଲା ଆଜୀବନ କାରାଦଣ୍ଡ

0
24
ଡାହାଣୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୧୬/୦୪) : ଡାହାଣୀ ସନ୍ଦେହରେ ହତ୍ୟା କରିବା ପଡ଼ିଲା ମହଙ୍ଗା। ରାଜୁ ପାନ୍ନା ନାମକ ବ୍ୟକ୍ତିକୁ ରାଉରକେଲା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଆଜି କେସର ଶୁଣାଣି କରି ଦୋଷୀକୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି ।

୧୦ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ପାରିପାଶ୍ୱିକ ସ୍ଥତିକୁ ନେଇ କୋର୍ଟ ଏହି ଶୁଣାଣି କରିଛନ୍ତି । ଘଟଣା ଘଟିଥିଲା ୨୦୧୫ ମସିହା ଜୁନ ୭ ତାରିଖ ରେ। ରାଉଲକେଲାର ବ୍ରାହ୍ମଣୀତରଙ୍ଗ ଥାନା ଦାଣ୍ଡିଆ ପାଲି ଅଞ୍ଚଳରେ ଘଟିଥିଲା ଅଘଟଣ । ରାଜୁ ପାନ୍ନା ନାମକ ଜଣେ ଯୁବକଙ୍କର ଦେହ ଅସୁସ୍ଥ ରହୁଥିଲା । ଦେହ ଭଲନହେବାରୁ ଘର ପାଖରେ ଥିବା ବୃଦ୍ଧ ଓ ବୃଦ୍ଧାଙ୍କୁ ସେ ସନ୍ଦେହ କରୁଥିଲେ । ରାଜୁ ଭାବୁଥିଲା ବୃଦ୍ଧ ଓ ବୃଦ୍ଧା ଗୁଣୀ ଗାରେଡ଼ି କରୁଛନ୍ତି ସେଥି ପାଇଁ ତାଙ୍କ ଦେହ ଭଲ ହେଉନାହିଁ ।

ଏଥି ପାଇଁ ଦିନେ ରାଜୁ ସେଇ ବୃଦ୍ଧ ଓ ବୃଦ୍ଧାଙ୍କୁ ଧମକ ଦେଇଥିଲା ତମେ ମୋତେ ଗୁଣି କରୁଛ ମୁତୁକୁ ଛାଡ଼ିବିନି। ତେବେ ୨୦୧୫ ମସିହା ୭ ତାରିଖ ସନ୍ଧ୍ୟାରେ ରାଜୁ ଏକ ଟାଙ୍ଗିଆ ନେଇ ବୃଦ୍ଧ ଓ ବୃଦ୍ଧା ଘରେ ଶୋଇଥିବା ଅବସ୍ଥାରେ ଶରୀରର ଭିବିନ୍ନ ଅଂଶରେ ଚୋଟ ମାରିଥିଲା । ଯାହାଫଳରେ ସେମାନଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଯାହାର ଆଜି ଶୁଣାଣି କରିଛିନ୍ତି କୋର୍ଟ ।

Leave a Reply