ଓଡିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିରୁ ଭୋଟର ସଚେତନତା ବାର୍ତା

0
76
ଓଡିଶା

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୬/୪) : ଓଡିଶା ସାରା ଆସନ୍ତା ମେ ମାସ ଠାରୁ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାକୁ ଯାଉଅଛି ।WhatsApp Image 2024 04 16 at 14.06.01 ଓଡିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିରୁ ଭୋଟର ସଚେତନତା ବାର୍ତା

କୋରାପୁଟ ଜିଲ୍ଲାରେ ଆସନ୍ତା ମେ ମାସ ୧୩ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ କରାଯିବ । ଗତ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଭୋଟ ପ୍ରତିଶତ ବୃଦ୍ଧି ନିମନ୍ତେ ଜିଲ୍ଲା ପ୍ରଶାସନ କୋରାପୁଟ ତରଫରୁ ଓଡିଶାର ଉଚ୍ଚତମ ଶୃଙ୍ଗ ଦେଓମାଳି ଠାରେ ୧୪ ତାରିଖ ପର୍ବତାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ କୋରାପୁଟ ଶ୍ରୀଯୁକ୍ତ ୱି, କୀର୍ତିଭାସନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ଜିଲାର ସମସ୍ତ ଭୋଟରମାନଙ୍କୁ ନିଜ ନିଜର ଭୋଟଦାନ କେନ୍ଦ୍ର ପହଚିଂ ସେମାନଙ୍କ ମତଦାନ ସାବ୍ୟସ୍ତ କରିବାକୁ ବିଭିନ୍ନ ସଚେତନତା ବାର୍ତା ମାଧ୍ୟମରେ ଅନୁରୋଧ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ପ୍ରଥମ ଥର କରି ମତଦାନ କରିବାକୁ ଥିବା ନୁତନ ତଥା ଯୁବ ଭୋଟରମାନଙ୍କୁ ଅନୁରୋଧ କରିବା ଏବଂ ପୃଥିବୀର ସର୍ବବୃହତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମିଲ ହୋଇ ମତଦାନ କରିବା ପାଇଁ ଉତ୍ସାହିତ କରିଥିଲେ ।

ଦେଓମାଳି ଯେପରି ଓଡିଶାର ଉଚ୍ଚତମ ଶୃଙ୍ଗ ହିସାବରେ ପରିଚିତ ଠିକ ସେହିଭଳି କୋରାପୁଟର ଭୋଟର ହାର ସମଗ୍ର ଓଡିଶାରେ କିଭଳି ସର୍ବାଧିକ ରହିବ ସେ ନେଇ ମତବ୍ୟକ୍ତ ରଖିଥିଲେ । ଏଭଳି ପର୍ବତାରୋହଣ ଭଳି ଦୁଶାହାସିକ ଅଭିଯାନ ମାଧ୍ୟମରେ SVEEP ଆନୁକୁଲ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭୋଟ ଦେବ କୋରାପୁଟ ଭୋଟ ଦେବା ଓଡିଶା ଏବଂ ବାର୍ତା ଦେଉଛି ଦେଓମାଳି ଭୋଟ ଦେବାକୁ ନଦେବା ଭୁଲି ଆଦି ସଚେତନତା ବାର୍ତା ଛାତ୍ରଛାତ୍ରୀ ଓ ଉପସ୍ଥିତ ଅଧିକାରୀବୃନ୍ଦ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ନିଜ ନିଜ ଗ୍ରାମକୁ ଫେରି ସେଠାରେ ଥିବା ଗ୍ରାମବାସୀମାନଙ୍କୁ ମତ ଦାନ ନେଇ ସଚେତନ କରିବେ ବୋଲି ପ୍ରକାଶ କରିଥିଲେ ।

ପର୍ବତାରୋହଣରୁ ଫେରିବା ପରେ ସେଠାରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇ ଭୋଟରମାନଙ୍କୁ ମତଦାନ କରିବାକୁ ନିବେଦନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୋବ୍ରା ବାଟାଲିଆନର କମାଣ୍ଡାନ୍ଟ ଶ୍ରୀ ଅମିତ କୁମାର , ଅତିରିକ୍ତ ଜିଲାପାଳ ଶ୍ରୀ ଲଗ୍ନଜିତ ରାଉତଏବଂ ଆଲୋମନୀ ସେଠୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦେବାଶିଷ ପଟ୍ଟନାୟକ, କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର, ଜୟପୁର ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡାଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀ, ପୋଲିସ ଅଧିକାରୀ, କଲେଜ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply