ଖସି ପଡ଼ିଲା ଛାତ ସେଣ୍ଟ୍ରିଂ; ଚାପି ହୋଇ ଜଣେ ଶ୍ରମିକ ମୃତ, ୪ ଆହତ

0
29
ଖସି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୬/୦୪) : ଛାତ ସେଣ୍ଟ୍ରିଂ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।

ଖସି ପଡ଼ିଲା ଛାତ ସେଣ୍ଟ୍ରିଂ ଜଣେ ଶ୍ରମିକ ମୃତ ହୋଇଥିବା ବେଳେ ୪ ଜଣ ଆହତଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହତଙ୍କ ଘର ସୋରଳ ଗାଁର ହୋଇଥିବା ସୂଚନା ରହିଛି । ଆଜି ସକାଳେ ୫ଜଣ ଶ୍ରମିକ ସୋରଳ ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଛାତ ସେଣ୍ଟ୍ରିଂ ଖୋଲୁଥିଲେ । ଏହି ସମୟରେ ସେଣ୍ଟ୍ରିଂ ଶ୍ରମିକଙ୍କ ଉପରେ ପଡ଼ି ଯାଇଥିଲା। ୫ଜଣ ଶ୍ରମିକ ସେଣ୍ଟ୍ରିଂ ତଳେ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ୪ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।

Leave a Reply