ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ

0
20
ଆସନ୍ତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୭/୦୪) : ଜଳୁଛି ସାରା ଓଡିଶା । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ । ଦୁଇ ଦିନ ପରେ ୨୦ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ଣପ୍ରବାହ ରହିବ । ତତଲା ପବନ ସାଙ୍ଗକୁ ତାତି ଅସହ୍ୟ ହେବ ।

ମଙ୍ଗଳବାର ୧୩ଟି ଜିଲ୍ଲାକୁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି ହୋଇଥିଲା । ଆଜି୧୫ଟି ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଶନିବାର ଓ ରବିବାର ଦିନ ଜଳିବ ସାରା ଓଡିଶା । ୨୦ଟି ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ତତଲା ପବନ ଓ ପ୍ରବଳ ଖରା ଯୋଗୁଁ ଲୋକମାନେ ଆଉଟୁପାଉଟୁ ହେଉଛନ୍ତି । ସେହିପରି ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବ । ଗୋଟିଏ କି ଦୁଇଟି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ।

Leave a Reply