ଦାଦା-ଝିଆରୀ ସମ୍ପର୍କକୁ ନେଇ ସନ୍ଦେହ ବଢ଼ିଲା; ଉଭୟଙ୍କ ଗଳା କାଟିଦେଲେ ବାପପୁଅ

0
22
ଦାଦା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୭/୦୪) : ସନ୍ଦେହ ହେଲା କାଳ। ଉଜାଡ଼ି ଦେଲା ସମ୍ପର୍କ । ନିଜ ଦାଦା ସହ ଭଉଣୀର ଅବୈଧ ସମ୍ପର୍କ ଥିବା ସନ୍ଦେହ ହେବାରୁ ଉଭୟଙ୍କ ଗଳା କାଟି ଦେଲା ଯୁବକ

ଏଥିରେ ଯୁବକଙ୍କୁ ତାଙ୍କ ପିତା ବି ସାହାଯ୍ୟ କରିଥିବା ଜଣାଯାଇଛି। ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି । ଅଭିଯୁକ୍ତଦ୍ୱୟ ୨୦ ବର୍ଷୀୟ କୁଦୁଶ ଓ ତାଙ୍କ ପିତା ୪୬ ବର୍ଷୀୟ ମୋହମ୍ମଦ ସାହିଦ ବୋଲି ଜଣାଯାଇଛି । ପୁଲିସ୍‌ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିବା ସମେତ ସେମାନେ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଛୁରୀ ବି ଜବତ କରିଛି । ହତ୍ୟାକାଣ୍ଡର ଶିକାର ହୋଇଥିବ ଦାଦା- ଝିଆରୀ ହେଲେ ୩୫ ବର୍ଷୀୟ ଦାନିଶ ଓ ୨୨ ବର୍ଷୀୟା ସାୟନା । ଦାନିଶ ନିଜ ପରିବାର ସହ କୈଳାଶ ନଗର ଅଞ୍ଚଳରେ ରହୁଥିଲେ ଓ ଫଳ ବ୍ୟବସାୟ କରୁଥିଲେ ।

ସେ ନିଜ ଭାଇ ମୋହମ୍ମଦ ସାହିଦଙ୍କ ଘରକୁ ଯାତାୟତ କରୁଥିଲେ। ମୋହମ୍ମଦ ସାହିଦ ନିଜ ପତ୍ନୀ ଓ ୭ ପୁଅଝିଅଙ୍କ ସହ ରହୁଥିଲେ। ମାତ୍ର ଯିବା ଆସିବା ମଧ୍ୟରେ ତାଙ୍କର ସାୟନାଙ୍କ ସହ ସମ୍ପର୍କ ବଢ଼ିବାରେ ଲାଗିଲା । ଏହାକୁ ନେଇ ଭାଇ କୁଦୁଶଙ୍କର ଉଭୟଙ୍କ ଉପରେ ସନ୍ଦେହ ହୋଇଥିଲା। ଦିନେ ଦାନିଶ କୁଦୁଶଙ୍କ ଘରକୁ ଆସିଥିବା ବେଳେ ସାୟନାଙ୍କ ସହ ଏକ ରୁମ୍‌ରେ ଥିଲେ । ଉକ୍ତ ସମୟରେ କୁଦୁଶ ଘରେ ପହଞ୍ଚି ଯିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିଗୋଳ ହୋଇଥିଲା ।

ଏନେଇ କୁଦୁଶ ନିଜ ବାପାଙ୍କ ସୂଚନା ଦେଇଥିଲେ। ସଙ୍ଗେସଙ୍ଗେ ମୋହମ୍ମଦ ସାହିଦ ଘରେ ପହଞ୍ଚିବା ପରେ ଉଭୟ ଏକ ଛୁରୀରେ ଦାନିଶଙ୍କ ତଣ୍ଟି କାଟି ଦେଇଥିଲେ । ସାୟନା ଏହାକୁ ବିରୋଧ କରି ଚିତ୍କାର କରିବାରୁ ସେମାନେ ତାଙ୍କ ହାତଗୋଡ଼କୁ ବାନ୍ଧି ତାଙ୍କ ବେକକୁ ବି କାଟି ଦେଇଥିଲେ । ଏହାପରେ ଉଭୟ ବାପପୁଅ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ବାପପୁଅଙ୍କୁ ଗିରଫ କରିଛି ।

Leave a Reply