ଗତକାଲିଠୁ ନିଖୋଜ ଥିଲେ; ଆଜି ସକାଳେ ସମୁଦ୍ରରୁ ମିଳିଲା ମୃତଦେହ

0
23
ଗତକାଲିଠୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୭/୦୪) : ଗତକାଲିଠୁ ନିଖୋଜ ଥିଲେ। ଆଜି ସକାଳେ ସମୁଦ୍ର କୂଳରୁ ଠାବ ହୋଇଛି ବ୍ୟକ୍ତିଙ୍କ ମୃତଦେହ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଗୁଣ୍ଡଳବା ନିକଟ ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ କରାଯାଇଛି ।

ମୃତ ବ୍ୟକ୍ତି ଜଣଙ୍କ ଆଇଁସଣିଆ ଗ୍ରାମର ରାଧୁ ସ୍ୱାଇଁ । ତାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ଗତକାଲି ଅପରାହ୍ଣରୁ ରାଧୁ ଘରୁ ବାହାରକୁ ଯାଇ ଫେରିନଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ । ଆଜି ସକାଳେ ସ୍ଥାନୀୟ ଲୋକେ ରାଧୁଙ୍କ ମୃତଦେହ ସମୁଦ୍ର କୂଳରେ ପଡ଼ିଥିବା ଦେଖିଥିଲେ । ଏନେଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି । ତେବେ ରାଧୁଙ୍କୁ ହତ୍ୟା କରାଯାଇଛି ନା, ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ ।

Leave a Reply