କଣ୍ଟେନରରେ ଥିଲା ୧୯୬୦୦ ଟାବଲେଟ୍‌, ଲୋକେ ଧରି ପୁଲିସକୁ ଦେଲେ

0
26
କଣ୍ଟେନର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡା, (୧୭/୦୪) : ନିର୍ବାଚନ ପୂର୍ବରୁ ରାୟଗଡ଼ାକୁ ଏକ କଣ୍ଟେନରରେ ଆସିଥିଲା ୧୯୬୦୦ ଟାବଲେଟ୍‌। ସ୍ଥାନୀୟ ଲୋକେ ଧରି ପୁଲିସ୍‌ ଜିମା ଦେଇଛନ୍ତି। ଶିକ୍ଷକଙ୍କୁ ବାଣ୍ଟିବା ପାଇଁ ଏହି ଟାବଲେଟ୍‌ ଆସିଥିବା ଜଣାପଡ଼ିଛି ।

ତେବେ ଏଠି ପ୍ରଶ୍ନ ଉଠୁଛି, ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟାବ୍‌ଲେଟ୍‌ କେମିତି ବଣ୍ଟା ହେବାକୁ ଆସିଲା ? ଭୁବନେଶ୍ୱରରୁ ଟାବଲେଟ୍‌ ବୋଝେଇ କରି ଏକ କଣ୍ଟେନର ରାୟଗଡା ରେଳ ଷ୍ଟେସନ ରୋଡ୍‌ରେ ଛିଡ଼ା ହୋଇଛି। ଯେଉଁଠି ଯିବାଆସିବା ନାହିଁ । ସେଠାରେ ପେଟି ପେଟି ଟାବଲେଟ୍‌ ଗୁଡ଼ିକ ବୋଲେରୋରେ ଲୋଡ୍‌ ହେଉଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଟାବଲଟ୍‌ ଓ ଗାଡ଼ିକୁ ଥାନାକୁ ନେଇ ତଦନ୍ତ କରୁଛି । ଜବତ ହୋଇଥିବା ଟାବଲେଟ୍‌ରେ ନବୀନ ପଟ୍ଟନାୟକଙ୍କ ଫଟୋ ଓ 5-T ଲୋଗୋ ଥିବା ଦେଖିବାକୁ ମିଳିଛି

ସେପଟେ ସ୍ଥାନୀୟ କଂଗ୍ରେସ ନେତା ଏହାକୁ ହୋ-ହଲ୍ଲା କରିଛନ୍ତି। ଭୋଟିଂ ସମୟରେ ବିଜେଡି ମାଷ୍ଟରଙ୍କ ମାଧ୍ୟମରେ ଇଭିଏମ୍‌ ଟ୍ୟାମ୍ପରିଂ ପାଇଁ ଯୋଜନା କରୁଥିବା କଂଗ୍ରେସ ଅଭିଯୋଗ କରିଛି । ରାଜ୍ୟ କଂଗ୍ରେସ ସମ୍ପାଦକ ଦୁର୍ଗା ପଣ୍ଡା କହିଛନ୍ତି, ଆଜି ୧୯୬୦୦ ଟାବଲେଟ୍‌ ଜବତ ହୋଇଛି । ସେହି ଟାବଲେଟ୍‌ ଗୁଡ଼ିକୁ ସ୍କୁଲ ଶିକ୍ଷକମାନଙ୍କୁ ଦିଆଯାଉଛି । ସେଥିରେ ନବୀନ ପଟ୍ଟନାୟଙ୍କ ଫଟୋ ରହିଛି । ସେହି ଟାବଲେଟ୍‌ ମାଧ୍ୟମରେ ଶିକ୍ଷକଙ୍କ ଦ୍ୱାରା ଭୋଟ ଟ୍ୟାମ୍ପରିଂ ପାଇଁ ବ୍ୟବସ୍ଥା କରାଯାଉଛି । ସେଥିପାଇଁ ଶିକ୍ଷକମାନଙ୍କୁ ତାଲିମ ଦିଆଯାଇଛି। ବିଜେଡିର ଏହି କାର୍ଯ୍ୟକୁ ଆମେ ଘୋର ନିନ୍ଦା କରୁଛୁ ବୋଲି ଦୁର୍ଗା ପଣ୍ଡା ଅଭିଯୋଗ କରିଛନ୍ତି ।

ଟାବଲେଟ ଚାଲାଣ କରୁଥିବା ବ୍ୟକ୍ତି ଲେଖାର୍ଥ କୁମାର କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଶିକ୍ଷକମାନଙ୍କୁ ଟାବଲେଟ୍‌ ଦେବା ପାଇଁ ଆସିଛୁ । ସେହି ଟାବଲେଟ ମାଧ୍ୟମରେ ଶିକ୍ଷକମାନେ ନିଜର ପ୍ରତିଦିନର ଅଫିସିଆଲ୍‌ କାମ କରିବେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ପ୍ରଥମ ପର୍ଯ୍ୟାୟରେ କିଛି ଶିକ୍ଷକଙ୍କୁ ଟାବଲେଟ୍‌ ପ୍ରଦାନ କରିଛୁ । ନିର୍ବାଚନ ପାଇଁ କୋଡ ଅଫ୍‌ କଣ୍ଡକ୍ଟ ଲାଗିବା ପୂର୍ବରୁ ଆମକୁ ଦ୍ୱିତୀୟ ଅର୍ଡର ମିଳିଥିଲା । ସେହି ହିସାବରେ ଆଜି ଟାବଲେଟ୍‌ ଦେବା ପାଇଁ ଆସିଥିଲୁ ବୋଲି ଶ୍ରୀ କୁମାର କହିଛନ୍ତି ।

Leave a Reply