ଭତ୍ତା ଟଙ୍କା ନେବାକୁ ଆସିଥିଲେ, ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ !

0
25
ଭତ୍ତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୭/୦୪) : ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ରାସ୍ତାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି ।

ଏପରି ଅଭିଯୋଗ ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍‌ ଅଞ୍ଚଳରୁ ଆସିଛି । ଆଜି ଥିଲା ଭତ୍ତା ବାରି। ତେଣୁ ମୁଚିବାହାଲ ପଞ୍ଚାୟତ ସାଇବେର୍ଣୀ ଗାଁ’ର ୬୮ ବର୍ଷୀୟ ସନ୍ତୋଷେ ମହାନନ୍ଦ ଭତ୍ତା ନେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ । ଭତ୍ତା ଟଙ୍କା ପାଇବା ପରେ ପ୍ରବଳ ଗରମ ହେଉଥିବାରୁ ରାସ୍ତା ପାର୍ଶ୍ୱରେ ଥିବା ଦୋକାନରୁ ଥଣ୍ଡା ପାନୀୟ କିଣି ପିଇଲେ । ଥଣ୍ଡା ପିଇବା ପରେ ପଇସା କାଢ଼ି ଦୋକାନୀଙ୍କୁ ଦେଉଥିଲେ। ଠିକ୍‌ସେହି ସମୟରେ ସେଠାରେ ଟଳି ପଡ଼ିଥିଲେ ସନ୍ତୋଷେ । ସେହିଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରିଥିଲେ ।

ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଗତ କିଛି ଦିନ ହେଲା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଯେଉଁଥିପାଇଁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇଛି । ଘରୁ ବାହାରିବା ସମ୍ଭବପର ହେଉନାହିଁ । ଏପରି ସ୍ଥିତିରେ ବୟସ୍କମାନେ ଭତ୍ତା ନେବା ପାଇଁ ଆସିବା କେତେ ଯୁକ୍ତିଯୁକ୍ତ? ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବୟସ୍କ ବ୍ୟକ୍ତିଙ୍କୁ ଘରେ ଭତ୍ତା ଟଙ୍କା ଦେବା ପାଇଁ ପଞ୍ଚାୟତ ପ୍ରଶାସନ ବ୍ୟବସ୍ଥା କରିବାକୁ ସାଧାରଣରେ ମତପ୍ରକାଶ ପାଇଛି ।

Leave a Reply