ପୋଖରୀରେ ବୁଡ଼ି ଗଲେ ଦୁଇ ସଂପର୍କୀୟ ଭଉଣୀ

0
76
ପୋଖରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୧୭/୦୪) : ପୋଖରୀରେ ଗାଧୋଉ ଥିବା ବେଳେ ବୁଡ଼ି ଗଲେ ଦୁଇ ସଂପର୍କୀୟ ଭଉଣୀ। ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ଗାଁ’ର ଡାହି ସାହିରେ ।

ମୃତକ ଦ୍ୱୟ ହେଉଛନ୍ତି ଗାଁର ସନ୍ତୋଷ ନାୟକଙ୍କ ଝିଅ ସୁରେଖା ନାୟକ (୧୫) ଓ ରାସପୁର ନାୟକଙ୍କ ଝିଅ ଝିଲ୍ଲୀ ନାୟକ (୧୭) । ଆଜି ଦିନ ପ୍ରାୟ ୧୦ଟା ବେଳେ ସେମାନେ ଘର ପଛ ପାଖରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲା । ଗାଧୋଇବା ବେଳେ କୌଣସି କାରଣରୁ ଉଭୟ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ। ତେବେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା ।

Leave a Reply