ଯାତ୍ରା ଦେଖି ଘରକୁ ଫେରୁଥିଲେ ବୃଦ୍ଧ; ବାଟରେ ଆକ୍ରମଣ କଲା ହାତୀ

0
22
ଯାତ୍ରା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୭/୦୪) : ଯାତ୍ରା ଦେଖି ଘରୁକୁ ଫେରୁଥିଲେ। ବାଟରେ ହାତୀରେ ହାବୁଡ଼ରେ ପଡ଼ିଗଲେ ବୃଦ୍ଧ । ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଲା ।

କଟକ ଜିଲ୍ଲା ଆଠଗଡ଼ ଗୁରୁଡ଼ି ଝାଟିଆ ଥାନା ଅନ୍ତର୍ଗତ କାଣ୍ଡମୁଗୁରୀ ଗାଁରେ ଏହି ଘଟଣା ଘଟିଛି । ମୃତ ବୃଦ୍ଧ ଜଣଙ୍କ ହେଲେ ଗମିଆ ହନାଗା । ଗତକାଲି ରାତିରେ ଗମିଆ ରାଧାଦାମୋଦରପୁରରୁ ଯାତ୍ରୀ ଦେଖି ଘରକୁ ଫେରୁଥିଲେ। ମତ୍ସ୍ୟପୁର ଫାର୍ମ ନିକଟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖୁଣ୍ଟୁଣୀ ରେଞ୍ଜର ଓ ଖୁଣ୍ଟୁଣୀ ପୁଲିସର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତୁ କରୁଛି ।

Leave a Reply