ପରିତ୍ୟକ୍ତ କୋଠରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

0
26
ପରିତ୍ୟକ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୭/୦୪) : ଏକ ପରିତ୍ୟକ୍ତ କୋଠରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ନାଁ ହେଉଛି ଗଣେଶ ବେହେରା । ତାଙ୍କ ଘର ବଲାଙ୍ଗିର ଜିଲ୍ଲା ସାଲେପାଲିରେ ।

ଗଣେଶଙ୍କ ମା’ଙ୍କର ମୃତ୍ୟୁ ପରେ ତାଙ୍କ ବାପା ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇଥିଲେ । ଗଣେଶ ମାନସିକ ଭିନ୍ନକ୍ଷମ ହୋଇଥିବା ବେଳେ ଗାଁ’ରେ ଏକା ରହୁଥିଲେ । ଏଣେ ତେଣେ ବୁଲି ମାଗିକି ଖାଉଥିଲେ । ଆଉ ସେଇ ଗାଁ’ରେ ଥିବା ଏକ ପରିତ୍ୟକ୍ତ କୋଠରୀରେ ରାତିରେ ରହୁଥିଲେ ଗଣେଶ । ହେଲେ କିଛିଦିନ ହେବ ଅସୁସ୍ଥ ହୋଇପଡ଼ିଥିଲେ ଗଣେଶ । ତାଙ୍କର ଏପରି ଅବସ୍ଥା ଦେଖି କିଛି ସ୍ୱେଚ୍ଛାସେବୀ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଗଣେଶଙ୍କୁ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା ।

ଆଜି ସକାଳେ ଗାଁ’ର କିଛି ଲୋକ ସେହି ପରିତ୍ୟକ୍ତ କୋଠରୀ ପାଖ ରାସ୍ତା ଦେଇ ଗଲାବେଳେ ଦୁର୍ଗନ୍ଧ ହୋଇଥିଲା । କୋଠରୀ ଭିତରେ ଗଣେଶଙ୍କ ମୃତଦେହ ପଡ଼ିଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ସ୍ଥତି ପରଖିବା ପାଇଁ ତହସିଲଦାର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେବେ ଗଣେଶ ମେଡିକାଲରୁ କେମିତି ଆସିଲେ ସେ ନେଇ ସ୍ଥାନୀୟ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।

Leave a Reply