ଦୁଇ ହାଇୱା ସାମ୍ନାସାମ୍ନି ଧକ୍କା

0
78
ଦୁଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୧୬/୦୪) : ଦୁଇ ହାଇୱା ମଧ୍ୟରେ ମୁହଁମୁହିଁ ଧକ୍କା। ଏଥିରେ ଦୁଇ ଚାଳକ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଚାଳକଙ୍କ ପରିଚୟ ଜଣାପଡ଼ି ନାହିଁ ।

ଆଜି ସକାଳେ ଅନୁଗୁଳ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଗୋଟିଏ ହାଇୱା ଗାଡ଼ି ବାଲି ଖାଲି କରି ଫେରୁଥିବାବେଳେ ସାମ୍ନା ପାର୍ଶ୍ୱରୁ ଦ୍ରୁତଗତିରେ ଆସୁଥିଲା ଅନ୍ୟଏକ ବାଲି ବୋଝେଇ ହାଇୱା। ଦୁଇ ହାଇୱା ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା । ଫଳରେ ଦୁଇଟି ଯାକ ଗାଡ଼ିର ଆଗ ପାର୍ଶ୍ୱ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି । ତେବେ ଘଟଣା ସ୍ଥଳରୁ ସ୍ଥାନୀୟ ଲୋକ ମାନେ ଗୋଟିଏ ହାଇୱା ଚାଳକକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଚିକିତ୍ସାଳୟକୁ ପଠାଇ ଥିଲେ । ଖବର ପାଇ ଘଟଣାସ୍ଥଳରେ ବଅଁରପାଳ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ଦୁର୍ଘଟଣାର ୪ ଘଣ୍ଟା ପରେ ଅନ୍ୟ ଜଣେ ଚାଳକକୁ ଉଦ୍ଧାର କରିଥିଲେ । ତାଙ୍କୁ ଗୁରୁତର ଭାବେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏବେ ଦୁଇ ଜଣ ଗାଡ଼ି ଚାଳକ ଚିକିତ୍ସତ ଅଛନ୍ତି ।

Leave a Reply