ଯୁବ ବଜରଙ୍ଗି ସଂଘଠନର ଶୋଭାଯାତ୍ରା

0
251
ଯୁବ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୮/୦୪) : ପବିତ୍ର ଶ୍ରୀ ରାମ ନବମୀ ପାଳନ ଅବସର ରେ ରାୟଗଡା ସହର ହୋଇଥିଲା ଉତ୍ସବ ମୁଖର । ଏଥି ସହିତ ଭକ୍ତିମୟ ପରିବେଶ ସାଙ୍ଗକୁ ଗେରୁଆ ରଙ୍ଗରେ ରଙ୍ଗାୟିତ ହୋଇଥିଲା ସହର ।WhatsApp Image 2024 04 17 at 16.38.20 ଯୁବ ବଜରଙ୍ଗି ସଂଘଠନର ଶୋଭାଯାତ୍ରା

ଯୁବ ବଜରଙ୍ଗି ସଂଘଠନର ଶୋଭାଯାତ୍ରା । ଜୟ ଶ୍ରୀ ରାମ ଜୟ ବିର ହନୁମାନ ନାମରେ କମ୍ପିଲା ରାୟଗଡା ସହର । ହଜାର ହଜାର ସଂଖ୍ୟାରେ ସାମିଲ୍ ହେଲେ ଆବାଳ, ବୃଦ୍ଧ, ବନିତା। ସଙ୍କୀର୍ତ୍ତନ ଦଳ ର ହରେ କୃଷ୍ଣ ହରେ ରାମ ନାମ ସହିତ ଢୋଲ, ନିସାନ, ମହୁରୀ ଓ ବାଜା , ଡି.ଜେ ର ତାଳେ ତାଳେ ଖୁସୀରେ ନାଚି ଉଠି ଥିଲେ ଶ୍ରୀରାମଙ୍କ ଭକ୍ତ । ଦେଶରେ ରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ଏହି ଶ୍ରୀ ରାମ ନବମୀ ହେଉଛି ପ୍ରଥମ ବର୍ଷ । ଆଜିର ଏହି ଭବ୍ୟ ଶୋଭାଜାତ୍ରା ବ୍ରାହ୍ମଣ ସାହିର ପି.ଏଚ.ଡ଼ି ହନୁମାନ ମନ୍ଦିରରୁ ବାହାରି ମୁଖ୍ୟ ବଜାର, ଶାରଳା ଛକ, ନୁଆ ବସ୍ ଷ୍ଟାଣ୍ଡ ହୋଇ ପୁଣିଥରେ ହନୁମାନ ମନ୍ଦିର ପହଞ୍ଚି ଶ୍ରୀ ରାମଙ୍କ ସମସ୍ତ ଭକ୍ତ ଅନ୍ନ ପ୍ରସାଦ ସେବନ କରିଥିଲେ। ରାୟଗଡ଼ ସହର ଏକ ଭାଇଚାରା ର ସହର ।WhatsApp Image 2024 04 17 at 16.38.22 ଯୁବ ବଜରଙ୍ଗି ସଂଘଠନର ଶୋଭାଯାତ୍ରା

ଏହି ପବିତ୍ର ପାବନ ଦିନରେ ନିଜର କିଛି ସେବା ଯୋଗାଇ ଦେବା ଉଦ୍ଧେଶ୍ୟରେ ମୁସଲିମ ସମ୍ପ୍ରଦାୟର ଭାଇ ମାନେ ଶୋଭାଯାତ୍ରା ରେ ସାମିଲ୍ ହୋଇଥିବା ଭକ୍ତ ମାନଙ୍କୁ ଥଣ୍ଡା ସରବତ ଓ ଲେମ୍ବୁପାଣି, ବିତରଣ କରି ଏହି ପବିତ୍ର ଦିନରେ ନିଜକୁ ସାମିଲ୍ କରି ଧନ୍ୟ ମନେ କରିଥିଲେ । ସହର ବାସି ଏବଂ ସଂଘଠନ ର ସଦସ୍ୟ ମାନେ ଭଗବାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ଯେ ,ଶ୍ରୀ ରାମ ଆମର ଆମେ ସମସ୍ତେ ପ୍ରଭୂ ଶ୍ରୀ ରାମ ଚନ୍ଦ୍ରଙ୍କର । ଯେତେ ଦିନ ପର୍ଯ୍ୟନ୍ତ ଶରୀରରେ ପ୍ରାଣ ଥିବ ଶ୍ରୀ ରାମଙ୍କ ନାମ ଏହି ତୁଣ୍ଡ ବୋଲୁ ଥିବ ଶ୍ରୀ ରାମ ନାମ ହିଁ ସାର ବାକି ସବୁ ବେକାର ବୋଲି ଭକ୍ତ ମାନେ ଭକ୍ତିର ସହ କହିବା ଦେଖିବାକୁ ମିଳିଛି ।

Leave a Reply