ହାଡୁଭାଙ୍ଗି ଶ୍ରୀରାମ ମନ୍ଦିର ରେ ଶ୍ରୀରାମ ନବମୀ ପାଳିତ

0
33
ହାଡୁଭାଙ୍ଗି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୪) : ଆଜି ପବିତ୍ର ଶ୍ରୀରାମ ନବମୀ ପ୍ରଭୁ ଶ୍ରୀରାମ ଙ୍କ ଜନ୍ମ ଦିନ , ଆଜି ଅଯୋଧ୍ୟା ରେ ରାମଲାଲା ଙ୍କ ପାଇଁ ବିଶେଷ ଆୟୋଜନ ହୋଉଛି ।

ସେହିଭଳି ଗଜପତି ଜିଲ୍ଲା ହାଡୁଭାଙ୍ଗି ଓ କିଣିଗାଁ ରେ ବଡ଼ ଧୁମ ଧାମ ରେ ଶ୍ରୀରାମ ନବମୀ ନବ ଦିନ ବ୍ୟାପି ପାଳିତ ହେବ । କାଶୀନଗର ବ୍ଲଜ ର ହାଡୁଭାଙ୍ଗି ଶ୍ରୀରାମ ରାମ ମନ୍ଦିର ରେ ମଧ୍ୟ ନବଦିନ ବ୍ୟାପି ଏହି ଉତ୍ସବ ହେବ । ପ୍ରାତଃ ରୁ ମଙ୍ଗଳ ଆଳତି ମଇଳାମ ପରେ ବାଳ ଭୋଗ ନୀତି ହୋଇଛି । ରାମାୟଣ ପାଠ, ହୋମ ଯଜ୍ଞ ମଧ୍ୟ ହେଉଛି, ସେପଟ ରାମେ ସେହିଭଳି ହାଡୁଭାଙ୍ଗି ଶ୍ରୀରାମ ମନ୍ଦିର ରେ ଯାତ୍ରା ଅନୁଷ୍ଠିତ ହେଉଛି, ଆଲୋକ ସଜ୍ଜା ଓ ରାତ୍ର ରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଯାତ୍ରା କମିଟି ଅଧ୍ୟକ୍ଷ ଶ୍ରୀରାମ ପୋରେଡି ବାବୁ ରାଓ କହିଛନ୍ତି । ହାଡୁଭାଙ୍ଗି ପର୍ବତ ଉପରେ ବିରାଜମାନ ମନ୍ଦିର କୁ ଆନ୍ଧ୍ର ଓ ଓଡିଶା ର ବହୂ ଶ୍ରଦ୍ଧାଳୁ ଆସି ଭଗବାନ ଙ୍କ ଆଶୀର୍ବାଦ ପ୍ରାପ୍ତି କରୁଛନ୍ତି । ରାତ୍ର ର ଆଲୋକମାଳା ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି ।ଗ୍ରାମବାସୀ ନିଜ ଖର୍ଚ୍ଚ ରେ ଏହି ପୂଜା କରୁଛନ୍ତି ।

Leave a Reply