୮ ଘଣ୍ଟା ବିଦ୍ୟୁତ୍‌ କାଟ, ୪ ବିଦ୍ୟୁତ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

0
20
୮ ଘଣ୍ଟା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୮/୦୪) : ୮ ଘଣ୍ଟା ବିଦ୍ୟୁତ କାଟ ପ୍ରତିବାଦରେ ୪ ଜଣ ବିଦ୍ୟୁତ କର୍ମଚାରୀଙ୍କୁ ଦୀର୍ଘ ଘଣ୍ଟା ଧରି ଅଟକ ରଖିଲେ ଗ୍ରାମବାସୀ ।

ମଙ୍ଗବାର ରାତି ୧୨ ରୁ ସକାଳ ୮ ଟା ପର୍ଯ୍ୟନ୍ତ କଖଡ଼ା ପଞ୍ଚାୟତର ପୁରୁଷୋତ୍ତମ ଗ୍ରାମ ବିଦ୍ୟତୁ ସଂଯୋଗରୁ ବିଛିନ୍ନ ହୋଇଥିଲା। ଯେଉଁଥିପାଇଁ ଅସହ୍ୟ ଗରମରେ ଛଟପଟ ଏବଂ କଲ ବଲ ହେଇଥିଲେ ଗ୍ରାମର ପ୍ରାୟ ୨ ହଜାରରୁ ଉର୍ଦ୍ଧ ବିଦ୍ୟୁତ ଉପଭୋକ୍ତା l ଗ୍ରାମବାସୀ ରାତିରେ ବିଦ୍ୟୁତ ଯୋଗାଇ ଦେବାକୁ ବିଦ୍ୟୁତ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ବିଦ୍ୟୁତ କର୍ମଚାରୀମାନେ ରାତିରେ ବିଦ୍ୟୁତ ସେବା ଦେଇହେବ ନାହିଁ ବୋଲି ରୋକ ଠୋକ ମନା କରିଥିଲେ । ସକାଳେ ଗ୍ରାମକୁ ବିଦ୍ୟୁତ ସଜାଡ଼ିବାକୁ କର୍ମଚାରୀମାନେ ପହଁଚିଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଦୀର୍ଘ ଘଣ୍ଟା ଧରି ଅଟକ ରଖିଥିଲେ । ପରେ ଏଭଳି ଭୁଲ ଆଉ କରିବେନି ଠିକ ସମୟରେ ବିଜୁଳି ଦେବାର ପ୍ରତିଶୃତି ଦେବା ସହିତ ଭୁଲ ଶିକାର କରିବା ପରେ ଗ୍ରାମବାସୀ ସେମାନଙ୍କୁ ଛାଡିଥିଲେ ।

Leave a Reply