ରାମ ନବମୀ ପାଇଁ ଚାଲିଥିଲା ନାମଯଜ୍ଞ, ଫୁଟିଲା ଗୁଳି

0
21
ରାମ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୧୮/୦୪) : ରାମ ନବମୀ ପାଇଁ ଚାଲିଥିଲା ନାମଯଜ୍ଞ । ମନ୍ତ୍ର ଧ୍ୱନୀରେ ଫାଟି ପଡ଼ୁଥିଲା ଆଖପାଖ ଅଞ୍ଚଳ ।

ଏହି ସମୟରେ ନାମଯଜ୍ଞ ଦେଖିବାକୁ ଆସି ପହଞ୍ଚିଲେ ଦୁଇ ଯୁବକ । କିଛି ସମୟ ପରେ ସୁଯୋଗ ଦେଖି ସେମାନେ ଜଣେ ଗ୍ରାମବାସୀଙ୍କୁ ଟାର୍ଗେଟ କରି ଫୁଟାଇଲେ ଗୁଳି । ଏଥିରେ ଗ୍ରାମବାସୀଜଣକ ଗୁରୁତର ହୋଇଥିବା ଜଣାଯାଇଛି । ଏପରି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଳ ପିପଲପାଲି ଗାଁ’ରେ ଗତକାଲି ବିଳମ୍ବିତ ରାତିରେ ଘଟିଛି । ଗୁରୁତର ବ୍ୟକ୍ତିଜଣକ ବିଶ୍ୱାମିତ୍ର ଜାନି ବୋଲି ଜଣାଯାଇଛି । ଗତ ରାତିରେ ପିପଲପାଲି ଗାଁ’ରେ ରାମ ନବମୀ ପାଇଁ ନାମଯଜ୍ଞ ଚାଲିଥିଲା । ରାତି ପ୍ରାୟ ୧୧ଟା ପାଖାପାଖି ସମୟରେ ପାଖ ଗାଁର ଦୁଇ ଯୁବକ ସେଠାରେ ପହଞ୍ଚିଥିଲେ । କିଛି ସମୟ ପରେ ହଠାତ୍‌ ସେମାନେ ବିଶ୍ୱାମିତ୍ରଙ୍କୁ ଟାର୍ଗେଟ କରି ଗୁଳି ଫୁଟାଇଥିଲେ । ଏହି ଗୁଳି ମାଡ଼ରେ ବିଶ୍ୱାମିତ୍ର ତଳେ ଟଳି ପଡ଼ିଥିବା ବେଳେ ଉଭୟ ଯୁବକ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କଲେ ।

ମାତ୍ର ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିବାକୁ ଗ୍ରାମବାସୀ ସଫଳ ହୋଇଥିବା ବେଳେ ଆଉ ଜଣେ ଫେରାର ହୋଇ ଯାଇଛନ୍ତି । ବିଶ୍ୱାମିତ୍ରଙ୍କୁ ପରିବାର ଲୋକେ ତୁରନ୍ତ କଣ୍ଟାମାଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୋନପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୁଲିସ୍‌ ପହଞ୍ଚି ଅଟକ ଥିବା ଅଭିଯୁକ୍ତଙ୍କୁ ଥାନାକୁ ଆଣିଛି । ଏଥିସହ ଏହି ଗୁଳିମାଡ଼ର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ।

Leave a Reply