ଟିଟିଲାଗଡ଼ ସରକାରୀ ରେଳବାଇ ପୋଲିସ ଦ୍ୱାରା ଅସାମାଜିକ ଯୁବକ ଗିରଫ

0
22
ଟିଟିଲାଗଡ଼

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ଼, (୧୮/୦୪) : ଟିଟିଲାଗଡ଼ ସରକାରୀ ରେଳବାଇ ପୋଲିସ ଦ୍ୱାରା ଅସାମାଜିକ ଯୁବକ ମନୋଜ କୁମାର ତାଣ୍ଡି କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ବିଗତ ପ୍ରାୟ ପାଞ୍ଚ ମାସ ପୂର୍ବରୁ ଏକ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଗିରଫ କରା ଯାଇଛି, ଅତୀତରେ ଏହି ଘଟଣାରେ ଜଡିତ ଅଭିଯୁକ୍ତ ଲୋକନାଥ କୁମ୍ଭାର ଓରଫ ଖୁଟିକୁ ପୂର୍ବରୁ ସରକାରୀ ରେଳବାଇ ପୋଲିସ ଗିରଫ କରି କୋର୍ଟ ଚାଲାଣ କରି ଥିଲା । ଏହି ଡକାୟତି ଘଟଣାରେ ତିନି ଜଣ ଅଜଣା ଯୁବକ ଫେରାର ଥିବାରୁ ବର୍ତ୍ତମାନ ସୁଦ୍ଧା ଟିଟିଲାଗଡ଼ ଜିଆରପି ଥାନା ଷ୍ଟାଫ ଗିରଫ କରିବା ପାଇଁ ପ୍ରାଣ ପଣେ ଉଦ୍ୟମ ଜାରି ରଖିଛନ୍ତି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଯୁବକ ଙ୍କ ନାମରେ ପୂର୍ବରୁ ଏକାଧିକ ମାମଲାରେ ସଂଶ୍ଲିଷ୍ଟ ଥିବା ଜଣା ପଡିଛି । ଏ ନେଇ କେଶ ନମ୍ବର ୭୭/୨୩ ଅନୁଯାୟୀ ମାମଲାକୁ ତଦନ୍ତ କରୁଛନ୍ତି ଟିଟିଲାଗଡ଼ ଜି ଆର ପି ଥାନା ଅଧିକାରୀ ବିନୟ କୁମାର ଭୋଇ ।

Leave a Reply