ଥାର୍ଡ ପାର୍ଟିରେ କାର ଡିଲ, ଦମ୍ପତି ଫେରାର

0
23
ଥାର୍ଡ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୧୮/୦୪) : ନୂଆ ତରିକାରେ କାର ଡିଲ ଆଉ ପରେ ଟଙ୍କା ନେଇ ଛୁ ମାରିଛନ୍ତି ଠକ ଦମ୍ପତ୍ତି । ରାଉରକେଲା ସହରରେ ହୋଇଛି ଏମିତି ଠକେଇ ।

ଥାର୍ଡ ପାର୍ଟିରେ କାର ଡିଲ, ଦମ୍ପତି ଫେରାର । ପ୍ରଥମେ ଭଡ଼ା ଦେବା ଲାଗି ଡିଲ୍ କରି ମାଲିକଙ୍କ ଠାରୁ ଗାଡ଼ି ନେଉଥିଲେ । ଆଉ ପରେ ଧରା ଛୁଆଁ ନ ଦେଇ ତାକୁ ବିକ୍ରି କରି ଭକୁଆ ବନାଇଛନ୍ତି ରାଉରକେଲାର ଦମ୍ପତି ସତ୍ୟଭାମା ଦାସ ଓ ସରୋଜ କୁମ୍ଭାର । ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରିଛି । ରାଉରକେଲା ସେକ୍ଟର-୩ର ଥାନା ପୁଲିସ ଏମିତି ଏକ କାର ଠକେଇ ଦମ୍ପତ୍ତିଙ୍କ ମାମଲାର ପର୍ଦ୍ଦାଫାଶ କରିଛି । ଏହି ଘଟଣାରେ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସତ୍ୟଭାମା ଦାସ ଓ ତାର ସ୍ୱାମୀ ସରୋଜ କୁମ୍ଭାର ଫେରାର ଅଛନ୍ତି । ପୁଲିସ ଏଯାବତ୍ ୧୦ରୁ ଅଧିକ ଗାଡ଼ି ଉଦ୍ଧାର କରିଥିବା ବେଳେ ଘଟଣାର ଛାନଭିନ ଆରମ୍ଭ କରିଛି । ଏହାସହ ଉଦ୍ଧାର ହୋଇଥିବା କାରର ମାଲିକକୁ ଗାଡ଼ି ହସ୍ତାନ୍ତର କରିଛି ।

ରାଉରକେଲ ସହରର ସତ୍ୟଭାମା ଦାଶ ଓ ତାର ସ୍ୱାମୀ ଏକ ଏଜେନ୍ସି କରି ଏଭଳି ଠକେଇ କରୁଥିଲେ। ସହର ଆଖପାଖରେ ଥିବା ଗାଡ଼ି ମାଲିକଙ୍କୁ ଭଲ କମ୍ପାନୀରେ ଗାଡ଼ି ଲଗାଇ ଥାର୍ଡପାର୍ଟି ଜରିଆରେ ଭଲ ଟଙ୍କା ଦେବା କହି କରୁଥିଲେ ଏଭଳି ଠକେଇ । ଗାଡ଼ି ମାଲିକଙ୍କ ବିଶ୍ୱାସ ଭାଜନ ହେବା ଲାଗି ପ୍ରଥମ ମାସେ ଦୁଇ ମାସ ଭଡ଼ା ଦେଇ ଦେଉଥିଲେ । ଆଉ ପରେ ସେହି ଗାଡ଼ିକୁ କେବେ ବନ୍ଦକ ତ କେବେ ବାହାର ରାଜ୍ୟରେ ବିକ୍ରି ବି କରିଦେଉଥିବା ରାଉରକେଲା ଏସପି ବ୍ରିଜେଶ ରାୟ କହିଛନ୍ତି ।

Leave a Reply