ବିଟାବନ୍ଧ ଡେମ୍ ଛକ ଠାରେ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ”

0
38
ବିଟାବନ୍ଧ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ,  (୧୮/୦୪) :  କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲ ବ୍ଲକର ମାଲିସିରା ଓ ବିଟାବନ୍ଧ ପଞ୍ଚାୟତ ର କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ବିଟାବନ୍ଧ ଡେମ୍ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 04 18 at 20.16.55 ବିଟାବନ୍ଧ ଡେମ୍ ଛକ ଠାରେ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ"

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ସିଂ ସାଲୁଜା, (କୁକୁସିଂ) ସମ୍ମାନିତ ଅତିଥି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବେଲାରସେନ ବେହେରା, ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ବଘାର, ଉପସଭାପତି ବିଭୀଷଣ ମହାନନ୍ଦ, ପୂର୍ବତନ ସରପଞ୍ଚ ତେଜରାଜ ଲୁହା, ବରିଷ୍ଠ କଂଗ୍ରେସ ନେତା ଯଦୁ ତାଣ୍ଡି ପ୍ରମୁଖ ମଞ୍ଚାସିନ ଥିଲେ।କଂଗ୍ରେସ ଦଳର ନୀତି ଆଦର୍ଶ ଓ ମାନ୍ୟବର କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ସିଂ ସାଲୁଜା ଙ୍କ ଉନ୍ନୟନ ମୁଲକ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ବିଟାବନ୍ଧ ସରପଞ୍ଚଙ୍କ ପ୍ରତିନିଧି ଶତ୍ରୁଘ୍ନ ଘିଭେଲା ଓ ତାଙ୍କ ସମର୍ଥକ ଙ୍କ ସମେତ ମାଲିସିରା ଓ ବିଟାବନ୍ଧ ପଞ୍ଚାୟତ ର ଶତାଧିକ ପୁରୁଷ ଓ ମହିଳା କଂଗ୍ରେସ ଦଳରେ ଯୋଗଦେଇଥିଲେ ।

ଆସନ୍ତା ଏପ୍ରିଲ ୨୦ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାବେ ସନ୍ତୋଷ ସିଂ ସାଲୁଜାଙ୍କୁ ପୁଣି ଥରେ ବିପୁଳ ପରିମାଣ ରେ ଭୋଟ ଦେଇ ଜିତାଇବା ସହିତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିକାଶଧାରାକୁ ଆଗେଇ ନେବାପାଇଁ ଉପସ୍ଥିତ ନେତା ଓ କର୍ମୀ ଙ୍କୁ ସାଲୁଜା ଗୁରୁମନ୍ତ୍ର ଦେଇଥିଲେ । କିଶାନ କଂଗ୍ରେସ ବ୍ଲକ ସଭାପତି ଗିରିଧାରୀ ସାହୁ ସଭା ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ନଟ ସୁନା, ନରେନ୍ଦ୍ର ବନଛୋର,ବୁଲୁ ବିଶି,ଗୋପାଳ ପଟ୍ଟନାୟକ, ଦୁର୍ବାସା ସାହୁ, ଜିତେନ ହାତୀ,ବୁଲୁ କୁମ୍ଭାର,ମେନେଜର ଭୋଇ, ଗଙ୍ଗା ବାଗ, ରଘୁ ତାଣ୍ଡି, ବବରୁ ପଧାନ, କୁମର ପ୍ରଧାନୀ, ମାଧବ ସାହୁ ଙ୍କ ସମେତ ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଲା ସାମିଲ ହୋଇଥିଲେ ।

Leave a Reply