ପିକ୍‌ଅପ୍‌ ଭ୍ୟାନ୍‌ରୁ ୧୦ ଲକ୍ଷ ଟଙ୍କା ଜବତ

0
13
ପିକ୍‌ଅପ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ, (୧୯/୦୪) : ନିର୍ବାଚନ ଆଚରଣ ବିଧି ଲାଗି ହୋଇଥିବା ବେଳେ ୧୦ ଲକ୍ଷ ଟଙ୍କା ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଚାଲାଣ ହେଉଥିଲା । ଗାଡ଼ି ଯାଞ୍ଚ ବେଳେ ବରଗଡ଼ ସଦର ଥାନା ପୁଲିସ୍‌ ଏତେ ପରିମାଣର ଟଙ୍କା ଜବତ କରିଛି ।

ଏତେ ପରିମାଣର ଟଙ୍କା କେଉଁଠି ଯାଉଥିଲା, ତାହା ଜଣାପଡ଼ିନଥିବା ବେଳେ ମଧ୍ୟ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି । ଆଜି ଏକ ପିକ୍‌ଅପ୍‌ ଭ୍ୟାନରେ ବରଗଡ଼ ସହର ଦେଇ ଦ୍ରୁତ ଗତିରେ ଯାଉଥିଲା । ହଲଦୀପାଲି ଛକଠାରେ ଟାଉନ୍‌ ଥାନା ପୁଲିସ୍‌ ଗାଡ଼ିଟିକୁ ଅଟକାଇ ଥିଲା । ଯାଞ୍ଚ ବେଳେ ଗାଡ଼ିରୁ ୧୦ ଲକ୍ଷ ଟଙ୍କା ମିଳିଥିଲା । ନୋଟ୍‌ ଗୁଡ଼ିକୁ ଛୋଟ ଛୋଟ ପ୍ୟାକେଟ୍‌ରେ ପ୍ୟାଙ୍କିଂ ହୋଇଥିଲା । ପୁଲିସ୍‌ ସେହି ଟଙ୍କା ସମ୍ପର୍କରେ ଗାଡ଼ି ଚାଳକଙ୍କୁ ପଚାରିଥିଲା । ମାତ୍ର ସେ ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲା ।

ତେଣୁ ପୁଲିସ୍‌ ଟଙ୍କା ପ୍ୟାକେଟ୍‌ ଓ ଗାଡ଼ିକୁ ଜବତ କରିଥିଲା । ଗାଡ଼ି ଚାଳକକୁ ପୁଲିସ୍‌ ଅଟକ ରଖିଛି । ଚାଳକ ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲାର ଚୁଡାମଣି ଦୋରା ବୋଲି ପୁଲିସ୍‌ କହିଛି । ତେବେ ନିର୍ବାଚନ ଆରଣ ବିଧି ଲାଗୁ ହୋଇଥିବା ବେଳେ ଏତେ ପରିମାଣର ଟଙ୍କା କେଉଁଠୁ ଆସୁଥିଲା ଓ କେଉଁ ଯାଇଥାଆନ୍ତା, ତାହା ଜଣାପଡ଼ି ନାହିଁ । ପୁଲିସ୍‌ ତାହା ଉପରେ ତଦନ୍ତ ଜାରି ରଖିଛି । ଏହା ପୂର୍ବରୁ ସୁବର୍ଣ୍ଣପୁରରୁ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଜବତ ହୋଇଥିଲା । ଆନ୍ଧ୍ରପ୍ରଦେଶର କିଛି ବ୍ୟକ୍ତି ଏକ କାରରେ ଟଙ୍କା ନେଇ ଯାଉଥିବା ବେଳେ ପୁଲିସ୍‌ ଧରିଥିଲା ।

 

Leave a Reply