ବ୍ଲକ ସ୍ତରୀୟ ବିଜେଡି କାର୍ଯାଳୟ ଶୁବ ଉଦଘାଟନ

0
121
ବ୍ଲକ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୪/୦୪) : ମୁରିବାହାଲ ସଦର ମହକୁମା ଠାରେ କଣ୍ଟାବାଞ୍ଜି ନିର୍ବାଚନ ସ୍ତରୀୟ ବିଜେଡି ନେତୃବୃନ୍ଦଙ୍କ ଉପସ୍ଥିତି ଏବଂ ଡବ୍ଲୁଡିସି ସଦସ୍ୟ ଶ୍ରୀ ହଂସରାଜ ଜୈନଙ୍କ ନେତୃତ୍ୱରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବ୍ଲକ ସ୍ତରୀୟ ବିଜେଡି କାର୍ଯ୍ୟାଳୟର ବୁଧବାର ଦିନ ଶୁଭ ଉଦଘାଟନ ହୋଇଯାଇଛି lWhatsApp Image 2024 04 24 at 22.02.31 ବ୍ଲକ ସ୍ତରୀୟ ବିଜେଡି କାର୍ଯାଳୟ ଶୁବ ଉଦଘାଟନ

କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ ହୋଇଥିବା ହେତୁ ବହୁ ଉତ୍ସାହର ସହିତ କାର୍ଯ୍ୟାଳୟ ଶୁଭ ଉଦଘାଟନ କରାଯାଇଥିଲା l ଏଥର ଯୋଡି ଶଙ୍ଖକୁ ଭୋଟ ଦେବା ପାଇଁ ଏହି କାର୍ଯ୍ୟାଳୟ ମଧ୍ୟମରୁ ସମଗ୍ର ବ୍ଲକ ଅଞ୍ଚଳକୁ ପ୍ରଚାର ପ୍ରସାର ପାଇଁ ଯୋଡ଼ାଯିବାର ନିଷ୍ପତ୍ତି ନିଆଯାଇ କାର୍ଯ୍ୟାଳୟ ଉଦଘାଟନ କରାଯାଇଛି l କଣ୍ଟାବାଞ୍ଜି ବିଧାନସଭା ପାଇଁ ବିଧାୟକ ପ୍ରାର୍ଥୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଲାଙ୍ଗିର ଲୋକସଭା ପାଇଁ ଏମ.ପି ପ୍ରାର୍ଥୀ ଶ୍ରୀଯୁକ୍ତ ସୁରେନ୍ଦ୍ର ସିଂ ଭୋଇଙ୍କୁ ବିପୁଳ ଭୋଟରେ ବିଜୟୀ କରିବାର ସଂକଳ୍ପ ନେଇ ଏକ ଶୋଭାଯାତ୍ରା କରାଯାଇ ବିଜେଡି କାର୍ଯ୍ୟାଳୟ ଉଦଘାଟନ କରାଗଲା l

ଉଦଘାଟନୀ ସଭାରେ ବଲାଙ୍ଗିର ଜିଲ୍ଲା ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝୀ,ବିଜେଡି ଯୁବନେତା ଶ୍ରୀ ଗିରିରାଜ ସିଂ ମାଝୀ, ବରିଷ୍ଠ ବିଜେଡି ନେତା ଶ୍ରୀ ଉଦ୍ଧବ ବେହେରା, ବରିଷ୍ଠ ବିଜେଡି ନେତା ଶ୍ରୀ ଉମାକାନ୍ତ ସାହୁ, ଶ୍ରୀ ଦିଲିପ କୁମାର ପୃଷ୍ଟି,ଶ୍ରୀମତୀ ସୁନ୍ଦମତୀ ବାଗ, କାର୍ତ୍ତିକ ପଧାନ, ଅରୁଣ ସିଂ ଭୋଇ, ଅଗସ୍ତି ବାଗ,ଡ଼ିଲୁ ପଟ୍ଟନାୟକ,ଦିଲିପ ମହାନନ୍ଦ,ଅଶ୍ୱିନୀ ମାଝୀ, ଯୁଧିଷ୍ଠିର ଭରାସଗରିଆ, ଘଟୁ ପାଣିଗ୍ରାହୀ, ପୁର୍ଣ ସାହୁ, କଶ୍ୟପ ସରାଫ, ଘାସିରାମ ବେହେରା, ନୀଳାମ୍ବର ମହାନ୍ତି, ପିଣ୍ଟୁ ଦୀପ, ବରୁଣ ଲୁହା, ତପନ ଦୀପ, ଅଭିଳାଷ ବଘାର, ସେମନ୍ତ ବାଗ ସମେତ ଶତାଧିକ ଦଳୀୟ କର୍ମୀ ଯୋଗଦାନ କରିଥିଲେ l

Leave a Reply