ଭାରତୀୟ ଜନତା ପାର୍ଟି ତରଫରୁ ଗୁଣୁପୁର ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ତ୍ରିନାଥ ଗମାଙ୍ଗ 

0
125
ଭାରତୀୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୪/୪) : ଆଜି ଗୁଣୁପୁର ବିଧାନସଭା ପାଇଁ ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ଭାବେ ତ୍ରିନାଥ ଗମାଙ୍ଗ, ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।WhatsApp Image 2024 04 24 at 19.07.25 ଭାରତୀୟ ଜନତା ପାର୍ଟି ତରଫରୁ ଗୁଣୁପୁର ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ତ୍ରିନାଥ ଗମାଙ୍ଗ 

ଗୁଣୁପୁର ଜଗନ୍ନାଥ ମନ୍ଦିରରେ ଜଗତର ନାଥ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବା ପରେ ଶତାଧିକ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଙ୍କୁ ଧରି ଏକ ବିଶାଳ ଶୋଭାଯାତ୍ରା ବାହାରି ଥିଲା । ଶୋଭାଯାତ୍ରା ପୁରୁଣା ବସ ଷ୍ଟାଣ୍ଡ , ନୂଆ ବସ ଷ୍ଟାଣ୍ଡ , ବାଇପାସ ଛକ ଦେଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଥିଲା । ଏହି ଶୋଭାଯାତ୍ରା ରେ ଗୁଣୁପୁର ବିଧାନସଭା ପ୍ରଭାରୀ ଶିବାଜୀ ଦାସ, ସଂଯୋଜକ ପ୍ରମୋଦ କୁମାର ସାହୁ, ବରିଷ୍ଠ କାର୍ଯ୍ୟକର୍ତ୍ତା ୱାଇ ଗଣପତି, ଉପେନ୍ଦ୍ର ଭଟ୍ଟ, ଅମର ସାହୁ, ସତ୍ୟ କର, ଉତ୍ତରା ସାହୁ, ବିଦ୍ୟା ଶବର, ବାପି ସାହୁକାର, ବନମାଳୀ ଗମାଙ୍ଗ, ଜୟଦେବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଓକିଲ ଇନ୍ଦ୍ରାକ୍ଷୀ ଦାସ , ହିମାକାନ୍ତ ମହାପାତ୍ର ଉପସ୍ଥିତ ରହି ନିର୍ବାଚନ ଅଧିକାରୀ ସୁଶ୍ରୀ କିରନଦୀପ କୈାରଙ୍କ ନିକଟରେ ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଯଶଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନହିତକର କାର୍ଯ୍ୟକୁ ଲୋକ ଲୋଚନକୁ ଆଣି ,ଗୁଣପୁର ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଟାଇବା ଲକ୍ଷ ନେଇ ପ୍ରଚାର ଆରମ୍ଭ କରିବା ସହ ଜନତାଙ୍କ ଆର୍ଶୀବାଦ ରହିଲେ ଗୁଣପୁର – ଥେରୁବାଲି ରେଳ ପ୍ରକଳ୍ପ, ଚାଷୀ ମାନଙ୍କ ଜଳସେଚନ ସମସ୍ୟା, ଗରିବଙ୍କୁ ଆବାସ ଯୋଜନା ଭଳି ଯେଉଁ ସବୁ ସମସ୍ୟା ରହିଛି ତାକୁ ପୂରଣ କରିବି ବୋଲି ବିଜେପି ବିଧାୟକ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ କହିଛନ୍ତି ।

Leave a Reply