ଢେଙ୍କାନାଳ ସାମ୍ବାଦିକ ସଂଘ ତରଫରୁ ଅରିନ୍ଦମ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

0
193

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ,(୨୫/୦୯) : ଆଜି ସନ୍ଧ୍ୟାରେ ଢେଙ୍କାନାଳ ସାମ୍ବାଦିକ ସଂଘ ତରଫରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।2 1 ଢେଙ୍କାନାଳ ସାମ୍ବାଦିକ ସଂଘ ତରଫରୁ ଅରିନ୍ଦମ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାରେ ଢେଙ୍କାନାଳ ସାମ୍ବାଦିକ ସଂଘ ର ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ ପଟ୍ଟନାୟକ , ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ରଥ, ସାମ୍ବାଦିକ ସଂଘର ସମ୍ପାଦକ ସତ୍ୟ ସ୍ୱରୂପ ଦାସ, ବରିଷ୍ଠ ସାମ୍ବାଦିକ ବିଶ୍ୱନାଥ ବେହେରା, ସାମ୍ବାଦିକା ରାଜଶ୍ରୀ ଶତପଥୀ, ସାମ୍ବାଦିକ ଦୀପକ କୁମାର ପଟ୍ଟନାୟକଙ୍କ ସମେତ ସମସ୍ତ ସାମ୍ବାଦିକ ଏବଂ ଢେଙ୍କାନାଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ H2S2ର ସଦସ୍ୟ ସଦସ୍ୟା ମନେ ଉପସ୍ଥିତ ରହିଥିଲେ । ଓଟିଭି ର ସାମ୍ବାଦିକ ଅରିନ୍ଦମ ଦାସ ଗତକାଲି ଏକ ନିଉଜ କଭରେଜ କରିଯାଇଥିବା ସମୟରେ ନିଜେ ମୃତ୍ୟୁ ମୁଖରେ ପଡ଼ିଥିଲେ, ଯାହାକି ସମଗ୍ର ସାମ୍ବାଦିକ ଜଗତ ପାଇଁ ଏକ ଅପୁରାଣୀୟ କ୍ଷତି ଅଟେ ।

ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ଆଜି ସାମ୍ବାଦିକ ସଂଘ ତରଫରୁ ଏକ ମିନିଟର ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ପାଳନ କରାଯାଇଥିଲା । ଏହାପରେ ସାମ୍ବାଦିକ ଭବନ ଠାରୁ ଏକ ମହନବତୀ ଶୋଭାଯାତ୍ରା ଆରମ୍ଭ ହୋଇ ବସ ଷ୍ଟାଣ୍ଡ ସ୍ଥିତ ହନୁମାନ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା । ଏହାପରେ ପ୍ରଭୁ ହନୁମାନଙ୍କ ପାଖରେ ତାଙ୍କର ଆମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇଥିଲା ।