ବିଷଧର ସାପ କାମୁଡ଼ାରେ ଯୁବକ ମୃତ

0
217

ରିପୋର୍ଟ : ରାକେଶ ମହାରଣା //
କୋଦଳା,(୨୭/୦୯) : ଗଞ୍ଜାମ ଜିଲ୍ଲା ପୁରୁଷତ୍ତମପୁର ଥାନା କଇଠଡା ଗ୍ରାମରେ କିଛି ଦିନ ତଳେ ଜଣେ ଯୁବକ ସିଦ୍ଧାନ୍ତ ପ୍ରଧାନ (୨୮)ବର୍ଷ ନିଜ ଜମିକୁ ସନ୍ଧ୍ୟା ସମୟରେ କିଛି କାମରେ ଯାଇଥିବା ବେଳେ ସେଠାରେ ଏକ ବିଷଧର ସାପ କାମୁଡ଼ିଥିଲା |

ବିଷଧର ସାପ କାମୁଡିବା ସଙ୍ଗେ ସଙ୍ଗେ ତାକୁ ବ୍ରହ୍ମପୁର ଏମ କେ ସିଜି ମେଡିକାଲ କୁ ନେଇଥିଲେ | ସେଠାରେ ୨ ଦିନ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବାରୁ ସେଠାରୁ ଡକ୍ଟର ଡିସ୍ଚାର୍ଜ କରିଥିଲେ | ପୁଣି ଗତକାଲି ରାତିରେ ଅବସ୍ଥା ଗୁରୁତର ହେବାରୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ସେଇଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ଥାନା ଏ ଏସ ଆଇ ପି ଏନ ଗୌଡ଼ ପହଂଚି ଏକ ଅପମୃତ୍ୟୁ ମାମଲା ୨୦/୨୦୨୧ରେ ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଥିବା ଜଣାପଡିଛି ।